୯ ଆମ ଚାରିପାଖରେ ଥିବା ଆକୃତି
(ଚିତ୍ର ବର୍ଣ୍ଣନା: ପିଲାମାନେ ଏବଂ ବଡ଼ମାନେ ଏକାଠି ହୋଇ ହୋଲି ପର୍ବ ପାଳନ କରୁଛନ୍ତି । ମଞ୍ଚ ଉପରେ କିଛି ପିଲା ବିଭିନ୍ନ ବାଦ୍ୟଯନ୍ତ୍ର ଯଥା ବଂଶୀ, ହାର୍ମୋନିୟମ, ଖଞ୍ଜଣୀ, ଡ୍ରମ୍, ତବଲା, ତୂରୀ ଏବଂ ମହୁରୀ ବଜାଉଛନ୍ତି । ତଳେ ପିଲାମାନେ ପରସ୍ପରକୁ ରଙ୍ଗ ଲଗାଉଛନ୍ତି ଏବଂ ସାମ୍ନାରେ ମିଠା ଥାଳି ରଖାଯାଇଛି ।)
ଆସ କାମଟିକୁ କରିବା
୧. ହୋଲି ପର୍ବର ଚିତ୍ର ଦେଖ ଏବଂ ବିଭିନ୍ନ ବାଦ୍ୟଯନ୍ତ୍ରକୁ ଲକ୍ଷ୍ୟ କର ।
କ. ଯେଉଁ ବାଦ୍ୟଯନ୍ତ୍ରଗୁଡ଼ିକର ଆକୃତି ଏକ ଡ୍ରମ୍ର ଆକୃତି ସହିତ ସମାନ, ସେଗୁଡ଼ିକୁ ଗୋଲ O ବୁଲାଅ ।
ଖ. ଯେଉଁ ବାଦ୍ୟଯନ୍ତ୍ରଗୁଡ଼ିକର ଆକୃତି ଏକ ମାଠିଆର ଆକୃତି ସହିତ ସମାନ, ସେଗୁଡ଼ିକୁ ଠିକ୍ ଚିହ୍ନ ଦିଅ ।
ଗ. ଯେଉଁ ଚିତ୍ରର ଆକୃତି ମହୁରୀର ଆକୃତି ସହିତ ସମାନ, ସେହି ଚିତ୍ରକୁ ଠିକ୍ ଚିହ୍ନ ଦିଅ ।
ଘ. ହାର୍ମୋନିୟମର ଆକୃତି ଏକ ଡ୍ରମର ଆକୃତି ଠାରୁ କିପରି ଭିନ୍ନ ଅଟେ ?
୨. ତୁମେ କୌଣସି ବାଦ୍ୟଯନ୍ତ୍ର ଦେଖିଛ କିମ୍ବା ବଜାଇଛ କି ? ସାଙ୍ଗମାନଙ୍କ ସହିତ ତୁମର ଅନୁଭୂତିକୁ ଆଲୋଚନା କର ।
୩. ଭିନ୍ନ ଆକୃତିକୁ ଛକି (x) ଚିହ୍ନ ଦ୍ବାରା ଦର୍ଶାଅ ।
ବିଭିନ୍ନ ବାଦ୍ୟଯନ୍ତ୍ରର ଆକୃତିର ସମାନତା ବିଷୟରେ ଆଲୋଚନା କରନ୍ତୁ ଏବଂ ନିଜ ଅଞ୍ଚଳରେ ଉପଲବ୍ଧ ବାଦ୍ୟଯନ୍ତ୍ର ଏବଂ ସେଗୁଡ଼ିକ ବଜାଇବା ପ୍ରଣାଳୀ ବିଷୟରେ କଥାବାର୍ତ୍ତା କରନ୍ତୁ । ଉଦାହରଣ ସ୍ବରୂପ, ଡ୍ରମ୍ ଏବଂ ତବଲାକୁ ପିଟିବା ଦ୍ବାରା ବଜାଯାଏ, ଯେତେବେଳେ କି ଗିଟାର ଏବଂ ସୀତାରକୁ ତାର ବ୍ୟବହାର କରି ବଜାଯାଏ ଏବଂ ମହୁରୀ, ବଂଶୀ ଆଦିକୁ ବାୟୁ ପ୍ରବାହିତ କରି ବଜାଯାଏ ।
(ଚିତ୍ର ବର୍ଣ୍ଣନା: ପୃଷ୍ଠାର ବାମ ଓ ଡାହାଣ ପାଖରେ ବିଭିନ୍ନ ଦୈନନ୍ଦିନ ବସ୍ତୁ ଓ ବାଦ୍ୟଯନ୍ତ୍ର (ଡ୍ରମ୍, ହାର୍ମୋନିୟମ, ଘଣ୍ଟି, କାଠ ବାକ୍ସ, ମାଠିଆ, ମହୁରୀ, ପେନ୍ସିଲ୍, ପଶାକାଠି, ଆଇସକ୍ରିମ୍ କୋନ୍, ଫୁଲ/ଗେଣ୍ଡୁ ଫୁଲ, କାଠ ଟ୍ରଙ୍କ୍, ବାର୍ଥ-ଡେ ଟୋପି) ରହିଛି ଏବଂ ମଝିରେ ବିଭିନ୍ନ ଜ୍ୟାମିତିକ ଆକୃତି (ସିଲିଣ୍ଡର, କୋନ୍, ଆୟତଘନ, ଗୋଲକ, ଘନକ) ଦର୍ଶାଯାଇଛି ।)
ବାଦ୍ୟଯନ୍ତ୍ର ଏବଂ ବସ୍ତୁଗୁଡ଼ିକୁ ସେଗୁଡ଼ିକର ନିର୍ଦ୍ଦିଷ୍ଟ ଆକୃତି ସହିତ ଯୋଡ଼ । ଗୋଟିଏ ତୁମ ପାଇଁ କରାଯାଇଛି ।
ରୀନା ଏବଂ ଆତିଶ
(ଚିତ୍ର ବର୍ଣ୍ଣନା: ରୀନା ଓ ଆତିଶ ଏକ ଉପହାର ବାକ୍ସକୁ ତାରକା, ରିବନ୍ ଏବଂ ରଙ୍ଗୀନ କାଚଗୋଲି ବ୍ୟବହାର କରି ସଜାଉଛନ୍ତି ।)
ରୀନା: ମୋ ସାଙ୍ଗର ଜନ୍ମଦିନ ପାଇଁ ମୁଁ ଏହି ଉପହାର ବାକ୍ସକୁ ସଜାଇବାକୁ ଚାହୁଁଛି ।
ଆତିଶ: ମୋ ପାଖରେ ରିବନ୍, ତାରକା ଏବଂ କାଚଗୋଲି ଅଛି । ଆସ, ଏହାକୁ ସଜାଇବା । ବାକ୍ସର ପ୍ରତ୍ୟେକ ପାର୍ଶ୍ବରେ ଆମେ ଗୋଟିଏ ତାରକା ରଖିବା ।
ରୀନା: ବାଃ ! ଏହା ସୁନ୍ଦର ଦେଖାଯାଉଛି । ଆମକୁ କେତେ ତାରକା ଦରକାର, ତାହା ଆମେ ଗଣିବା । ଏହାର ୬ଟି ପାର୍ଶ୍ଵ ଅଛି, ତେଣୁ ଆମକୁ ୬ଟି ତାରକା ଦରକାର ।
ଆତିଶ: ଏହା ବାସ୍ତବରେ ବହୁତ ସୁନ୍ଦର ଦେଖାଯାଉଛି । ଏହାର ପ୍ରତ୍ୟେକ ଧାରରେ ରିବନ୍ ଲଗାଇବା ।
ରୀନା: ଆମକୁ ୧୨ଟି ରିବନ୍ ଦରକାର । କେତେକ ଛୋଟ ଏବଂ କେତେକ ଲମ୍ବା ହେବ ।
ପିଲାମାନଙ୍କୁ ଘନ ବସ୍ତୁର ପୃଷ୍ଠ, ଧାର ଏବଂ ଶୀର୍ଷ ଅନୁଭବ କରିବାକୁ ଦିଅନ୍ତୁ ଯେପରି ଚକ୍ ବାକ୍ସ, ଡଷ୍ଟର, ଚକ୍ ଆଦି ।
ଆତିଶ: ଆଚ୍ଛା ! ଆମେ ଏହି କାଚଗୋଲିଗୁଡ଼ିକୁ ଶୀର୍ଷରେ ରଖିପାରିବା କି ?
ରୀନା: ଏହି ରଙ୍ଗୀନ କାଚଗୋଲିଗୁଡ଼ିକ ସମସ୍ତ ୮ଟି ଶୀର୍ଷରେ ଭଲ ଦେଖାଯାଉଛି ।
ଆସ କାମଟିକୁ କରିବା
ଯଦି ତୁମକୁ ନିମ୍ନ ଆକୃତିଗୁଡ଼ିକୁ ତାରକା, ରିବନ ପଟି ଏବଂ କାଚଗୋଲି ଦ୍ବାରା ସମାନ ଢଙ୍ଗରେ ସଜାଇବାକୁ ପଡ଼ିବ, ତେବେ ତୁମେ ଏହି ଜିନିଷଗୁଡ଼ିକ ମଧ୍ୟରୁ କେତୋଟିକୁ ଆବଶ୍ୟକ କରିବ ?
| ବସ୍ତୁ | ପାର୍ଶ୍ବ ପାଇଁ ତାରକା ସଂଖ୍ୟା | ଧାର ପାଇଁ ରିବନ୍ ପଟି ସଂଖ୍ୟା | ଶୀର୍ଷ ପାଇଁ କାଚଗୋଲି ସଂଖ୍ୟା |
|---|---|---|---|
| (ଚିତ୍ର: କାଠ ବାକ୍ସ / ଘନକ) | |||
| (ଚିତ୍ର: ଆଇସକ୍ରିମ୍ କୋନ୍ / କୋନ୍) | |||
| (ଚିତ୍ର: ବଡ଼ କାଠ ଟ୍ରଙ୍କ୍ / ଆୟତଘନ) |
ଆସ ଚିନ୍ତା କରିବା
ବସ୍ତୁଗୁଡ଼ିକୁ ଦେଖ ଏବଂ ସାରଣୀ ପୂରଣ କର ।
| ବସ୍ତୁ | ମୁଁ କିପରି ଦେଖାଯାଉଛି | ପାର୍ଶ୍ବ ସଂଖ୍ୟା | ଧାର ସଂଖ୍ୟା | ଶୀର୍ଷ ସଂଖ୍ୟା |
|---|---|---|---|---|
| (ଚିତ୍ର: ପଶାକାଠି) | ଚାରିକୋଣିଆ | |||
| (ଚିତ୍ର: ଲହୁଣୀ/ଚିଜ୍ ଖଣ୍ଡ) | ଆୟତଘନ | |||
| (ଚିତ୍ର: ଗାଜର) | କୋନ୍ | |||
| (ଚିତ୍ର: ଚକ୍) | ସିଲିଣ୍ଡର | |||
| (ଚିତ୍ର: ବଲ୍) | ଗୋଲକ | |||
| (ଚିତ୍ର: ରଙ୍ଗ ବାକ୍ସ) | ଆୟତଘନ | |||
| (ଚିତ୍ର: ଆଇସକ୍ରିମ୍ କୋନ୍) | କୋନ୍ | |||
| (ଚିତ୍ର: ପାଣି ବୋତଲ) | ସିଲିଣ୍ଡର |
ଆସ ଖେଳିବା
ସ୍ପର୍ଶ କର ଏବଂ କୁହ ।
ପାର୍ଶ୍ବ, ଶୀର୍ଷ ଓ ଧାରରେ ଭିନ୍ନତା ଥିବା ବିଭିନ୍ନ ବସ୍ତୁ ସଂଗ୍ରହ କର । ଗୋଟିଏ ପିଲାର ଆଖିରେ ରୁମାଲ ବାନ୍ଧିଦିଅ ଯେପରି ସେ କିଛି ଦେଖିପାରିବ ନାହିଁ । ଅନ୍ୟ ଜଣେ ପିଲା ସଂଗ୍ରହ କରିଥିବା ବସ୍ତୁ ମଧ୍ୟରୁ ଗୋଟିଏ ବସ୍ତୁ ବିଷୟରେ କହିବ । ଆଖିରେ ରୁମାଲ ବାନ୍ଧିଥିବା ପିଲାଟି ସେହି ବସ୍ତୁକୁ ଛୁଇଁ ବାହାର କରିବ । ଉଦାହରଣ– ଗୋଟିଏ ଶୀର୍ଷ ଥିବା ବସ୍ତୁ ବାହାର କର । ସେହିଭଳି ଅନ୍ୟ ବସ୍ତୁଗୁଡ଼ିକୁ ନେଇ ବାଛିବା କାର୍ଯ୍ୟ ଜାରି ରହିବ ।
ଆସ କାମଟିକୁ କରିବା
ବସ୍ତୁଗୁଡ଼ିକର ନାମ ଲେଖ, ଯାହାର
- କୌଣସି ଶୀର୍ଷ ନାହିଁ:
- ଗୋଟିଏ ଶୀର୍ଷ ଅଛି:
- ତିନୋଟି ଶୀର୍ଷ ଅଛି:
- ଆଠଟି ଶୀର୍ଷ ଅଛି:
ପ୍ରକଳ୍ପ କାର୍ଯ୍ୟ
ଗୋଟିଏ କାର୍ଡ଼ବୋର୍ଡ଼ ନିଅ ଏବଂ ଚାରୋଟି ପାର୍ଶ୍ଵ ଥିବା ବସ୍ତୁଟିଏ ତିଆରି କରିବାକୁ ଚେଷ୍ଟା କର । ବର୍ତ୍ତମାନ, ଗୋଟିଏ ପାର୍ଶ୍ବ ଥିବା ଏକ ବସ୍ତୁ ତିଆରି କରିବାକୁ ଚେଷ୍ଟା କର ।
ପିଲାମାନଙ୍କ ସହିତ ଏକ, ଦୁଇ, ତିନି କିମ୍ବା କୌଣସି ଶୀର୍ଷ ନଥିବା ବସ୍ତୁଗୁଡ଼ିକ ବିଷୟରେ ଆଲୋଚନା କରନ୍ତୁ ଏବଂ ସେଗୁଡ଼ିକୁ ଖୋଜିବାକୁ ଉତ୍ସାହିତ କରନ୍ତୁ । ସେମାନେ ମାଟି କିମ୍ବା ଚକଟା ହୋଇଥିବା ମଇଦା ବ୍ୟବହାର କରି ଏପରି ବସ୍ତୁ ତିଆରି କରିପାରିବେ । ଗଣିତ କିଟ୍ରେ ଥିବା କାଗଜ ଜାଲକୁ ନେଇ ବିଭିନ୍ନ ପ୍ରକାର ବସ୍ତୁ ତିଆରି କରିପାରିବେ ।