1

ମହାରାଷ୍ଟ୍ରର ହିୱାରେ ବଜାର ଗ୍ରାମ ଉତ୍ତମ ଜଳ ପରିଚାଳନାର ଏକ ପ୍ରକୃଷ୍ଟ ଉଦାହରଣ ଅଟେ ।

2

ଭାରତର ପ୍ରଥମ ଜଳ ସଂଗ୍ରହାଳୟ “ଜଳ ଶକ୍ତି ସଂଗ୍ରହାଳୟ” ମୁମ୍ବାଇ ସହରରେ ଅବସ୍ଥିତ ।

3

ପ୍ରକୃତିରେ ଜଳର ନିରନ୍ତର ବୃତ୍ତାକାର ଗତିକୁ ଜଳଚକ୍ର କୁହାଯାଏ ।

4

ପୋଖରୀ ଓ ନଦୀରେ ଦେଖାଯାଉଥିବା ଜଳ ସାପ ଏକ ଅତ୍ୟନ୍ତ ବିଷାକ୍ତ ସାପ ଅଟେ ।

5

ନର୍ମଦା ନଦୀ ଆରବ ସାଗର ଆଡ଼କୁ ପ୍ରବାହିତ ହୋଇଥାଏ ।

6

ଜଳ ବିଛା ତାର ଥଣ୍ଟ ସାହାଯ୍ୟରେ ଜଳ ଭିତରେ ଶ୍ୱାସକ୍ରିୟା କରିଥାଏ ।

7

ପଦ୍ମ ଓ କଇଁ ପତ୍ରରେ ଥିବା ମହମ ପରି ତେଲିଆ ଆବରଣ ପତ୍ରକୁ ଜଳରେ ନଷ୍ଟ ହେବାରୁ ରକ୍ଷା କରେ ।

8

ରାଜସ୍ଥାନର ଆରାବଳୀ ପର୍ବତରୁ ବାହାରିଥିବା ଲୁଣି ନଦୀ ବଙ୍ଗୋପସାଗରରେ ମିଶିଛି ।

9

ମଣିପୁରର “କେଇବୁଲ୍ ଲାମ୍‌ଜାଓ” ପୃଥିବୀର ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ ଅଟେ ।

10

ସହରର କଂକ୍ରିଟ୍ ରାସ୍ତା ଦେଇ ବର୍ଷାଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିପାରେ ।

11

ଭାରତର ସନ୍ତସନ୍ତିଆ ଭୂମିରେ ଦେଖାଯାଉଥିବା ସ୍ୱତନ୍ତ୍ର ବିଲେଇର ପାଦ ପରଦାଯୁକ୍ତ ହୋଇଥାଏ ।

12

ରାଜସ୍ଥାନରେ ବର୍ଷାଜଳ ସଂଗ୍ରହ ପାଇଁ ନିର୍ମିତ ପାରମ୍ପରିକ ମାଟି ବନ୍ଧକୁ “ଫୁମ୍‌ଡିସ୍” କୁହାଯାଏ ।

13

ଓଡ଼ିଶାର ବ୍ରହ୍ମପୁର ଜିଲ୍ଲାର ହୁମ୍ମାଠାରେ ସମୁଦ୍ର ଜଳରୁ ଲୁଣ ସଂଗ୍ରହ କରାଯାଏ ।

14

ପୃଥିବୀ ପୃଷ୍ଠରେ ଥିବା ଅଧିକାଂଶ ଜଳ ପିଇବା ଉପଯୋଗୀ ମଧୁର ଜଳ ଅଟେ ।

15

କାଶ୍ମୀରର ଉଲାର ହ୍ରଦ ଏସିଆ ମହାଦେଶର ସର୍ବବୃହତ୍ ମଧୁର ଜଳାଶୟ ଅଟେ ।