ଭାରତର ଜାତୀୟ ଜଳଚର ଜୀବ ଗଙ୍ଗା ଡଲଫିନ୍ କିପରି ବାଟ ଖୋଜିଥାଏ?
ଜଳ ଏ.ଟି.ଏମ୍. କିପରି କାର୍ଯ୍ୟ କରେ?
ଓଡ଼ିଶାର ହୀରାକୁଦ ବନ୍ଧର ବିଶେଷତ୍ଵ କ’ଣ?
ପରିବେଶ ପର୍ଯ୍ୟଟନ କହିଲେ କ’ଣ ବୁଝ?
ନଦୀର ମୁହାଣ କାହାକୁ କୁହାଯାଏ?
ଗୋଦାବରୀ ନଦୀକୁ 'ଦକ୍ଷିଣ ଗଙ୍ଗା' କାହିଁକି କୁହାଯାଏ?
ଶାଖାନଦୀ କାହାକୁ କୁହାଯାଏ?
ଗୋଦାବରୀ ନଦୀ କେଉଁଠାରୁ ଉତ୍ପତ୍ତି ଲାଭ କରିଛି?
ବନ୍ୟା ସମୟରେ ଅବଲମ୍ବନ କରିବାକୁ ଥିବା ଦୁଇଟି ସତର୍କତା ଲେଖ ।
ଗଛ କିପରି ବନ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ?
ଚାଷଜମିରେ ବ୍ୟବହୃତ ସାର ନଦୀରେ ମିଶିଲେ ଜଳଚର ଜୀବଙ୍କର କି କ୍ଷତି ହୁଏ?
ନଦୀବନ୍ଧ ନିର୍ମାଣ ହେବା ଯୋଗୁଁ କେଉଁ ସବୁ ମୁଖ୍ୟ ସମସ୍ୟା ଦେଖାଦିଏ?
ଭୂପେନ୍ ହଜାରିକା ସେତୁ କେଉଁ ନଦୀ ଉପରେ ନିର୍ମିତ ଏବଂ ଏହାର ବିଶେଷତ୍ଵ କ’ଣ?
ଚିରସ୍ରୋତା ନଦୀ ଓ ଋତୁକାଳୀନ ନଦୀ ମଧ୍ୟରେ ପାର୍ଥକ୍ୟ କ’ଣ?
ଗୋଦାବରୀ ନଦୀ କେଉଁ କେଉଁ ରାଜ୍ୟ ଦେଇ ପ୍ରବାହିତ ହୋଇଛି?
“ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ” — ବୁଝାଇ ଲେଖ । ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ ପାଇଁ କେଉଁ କେଉଁ ନିୟମ ପାଳନ କରିବା ଉଚିତ ?
ନଦୀ ଜଳ କିପରି ପ୍ରଦୂଷିତ ହୁଏ ଏବଂ ଏହାର ପ୍ରତିକାର ପାଇଁ କି ପଦକ୍ଷେପ ନିଆଯାଇପାରିବ ?
ନଦୀବନ୍ଧ କହିଲେ କ’ଣ ବୁଝ ? ଏହା ନିର୍ମାଣ ଦ୍ଵାରା କେଉଁ କେଉଁ ସୁବିଧା ମିଳେ ଓ କି ସମସ୍ୟା ସୃଷ୍ଟି ହୁଏ ?
ନଦୀଗୁଡ଼ିକ ମାନବ ସମାଜ ତଥା ଅନ୍ୟାନ୍ୟ ଜୀବମାନଙ୍କୁ କି କି ପ୍ରକାରେ ସାହାଯ୍ୟ କରନ୍ତି ବୁଝାଇ ଲେଖ ।
'ଏକ ନଦୀର କାହାଣୀ' ପାଠ ଆଧାରରେ ଗୋଦାବରୀ ନଦୀର ଉତ୍ପତ୍ତି, ଗତିପଥ, ଶାଖାନଦୀ ଏବଂ ଏହାର ପ୍ରାକୃତିକ ପରିବେଶ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କର ।
ନଦୀରେ ବନ୍ୟା ଆସିବାର କାରଣ କ’ଣ ? ଏହା ଦ୍ଵାରା କି କି କ୍ଷତି ହୁଏ ଏବଂ ବନ୍ୟା ପୂର୍ବରୁ, ସମୟରେ ଓ ପରେ କି କି ସତର୍କତା ଅବଲମ୍ବନ କରିବା ଉଚିତ ?