1

ଖାଦ୍ୟ ଖାଇବା ସମୟରେ କଥା କହିବା କିମ୍ବା ହସିବା ଦ୍ୱାରା ଶ୍ୱାସରୁଦ୍ଧ ହେବାର କୌଣସି ବିପଦ ନଥାଏ ।

2

ମୁଖଗହ୍ୱରରେ ଖାଦ୍ୟକୁ ଚିରିବା କାର୍ଯ୍ୟ ପାଇଁ ଶ୍ୱାନ ଦାନ୍ତ ବ୍ୟବହୃତ ହୁଏ ।

3

ଲିଚୁ ଏକ ବାରମାସୀ ଫଳ ଏବଂ ଏହା ବର୍ଷର ସବୁ ସମୟରେ ଗଛରୁ ସତେଜ ମିଳିଥାଏ ।

4

ସମସ୍ତ ଅଣୁଜୀବ କେବଳ ଖାଦ୍ୟ ନଷ୍ଟ କରନ୍ତି ଏବଂ ମନୁଷ୍ୟ ପାଇଁ କୌଣସି ଉପକାରୀ ଅଣୁଜୀବ ନାହାନ୍ତି ।

5

ବାୟୁରେ ଥିବା ଉପକାରୀ ଅଣୁଜୀବ ଇଡ୍‌ଲିକୁ ଫୁଲାଇବାରେ ସାହାଯ୍ୟ କରନ୍ତି ।

6

ମନୁଷ୍ୟମାନଙ୍କ ବହୁ ପୂର୍ବରୁ ବିରୁଡ଼ି ପରି କୀଟପତଙ୍ଗ ନିଜ ଲାର୍ଭା ପାଇଁ ଖାଦ୍ୟ ସଂରକ୍ଷଣ କରୁଥିଲେ ।

7

ଅତୀତରେ ଭାସ୍କୋଡ଼ାଗାମା ଭାରତରୁ ଚିନି ସଂଗ୍ରହ କରିବା ପାଇଁ ସମୁଦ୍ର ପାରି ହୋଇ ଆସିଥିଲେ ।

8

ଲହୁଣୀକୁ ଗରମ କରି ସେଥିରୁ ଜଳ ବାଷ୍ପୀଭୂତ ହେବା ପରେ ଘିଅ ପ୍ରସ୍ତୁତ ହୁଏ ।

9

ଫ୍ରିଜ୍ ତାପମାତ୍ରାକୁ ଅତ୍ୟଧିକ ବୃଦ୍ଧି କରି ଖାଦ୍ୟକୁ ଗରମ ରଖିବା ଦ୍ୱାରା ତାହା ସଂରକ୍ଷିତ ରହେ ।

10

ଆଚାରରେ ତେଲ ମିଶାଇବା ଦ୍ୱାରା ତାହା ପାତ୍ର ମଧ୍ୟରେ ବାୟୁ ପ୍ରବେଶକୁ ରୋକି ଆଚାରକୁ ସୁରକ୍ଷିତ ରଖେ ।

11

ଖାଦ୍ୟ ସାମଗ୍ରୀକୁ ଖରାରେ ଶୁଖାଇଲେ ସେଥିରେ ଜଳୀୟ ଅଂଶ ବୃଦ୍ଧି ପାଏ ।

12

ଅଣୁଜୀବମାନଙ୍କ ବୃଦ୍ଧି ପାଇଁ ଆର୍ଦ୍ରତା, ବାୟୁ ଏବଂ ଉପଯୁକ୍ତ ତାପମାତ୍ରା ଆବଶ୍ୟକ ହୋଇଥାଏ ।

13

ପୃଥିବୀରେ ମାଣ୍ଡିଆଜାତୀୟ ଶସ୍ୟ ଉତ୍ପାଦନରେ ଭାରତ ସର୍ବବୃହତ୍ ରାଷ୍ଟ୍ର ଅଟେ ।

14

ଅଣୁଜୀବମାନଙ୍କୁ ଖାଲି ଆଖିରେ ସହଜରେ ଓ ସ୍ପଷ୍ଟ ଭାବରେ ଦେଖିହୁଏ ।

15

ପାଉଁରୁଟି ଉପରେ ଦେଖାଯାଉଥିବା ରଙ୍ଗୀନ ଦାଗଗୁଡ଼ିକ ହେଉଛି ଫିମ୍ପି ନାମକ ଅଣୁଜୀବମାନଙ୍କର ଏକ ଦଳ ବା କଲୋନୀ ।