ଗଛ କାହାଣୀ — True / False Practice
ବିଦ୍ୟାଳୟର ଗୁରୁଜୀ ମମିତାର କାର୍ଯ୍ୟ ଦେଖି ତାହା ଉପରେ ବିରକ୍ତ ହୋଇଥିଲେ ।
ମମିତା ମନ୍ଦିର ନିକଟରେ ଥିବା ବୃଷଭକୁ ‘ଜୀବନ୍ତ ଠାକୁର’ ବୋଲି କହି ଫଳ ଖୁଆଇଥିଲା ।
ବୃଦ୍ଧାଶ୍ରମର ବୃଦ୍ଧବୃଦ୍ଧାମାନେ ମମିତାକୁ ‘ତୋ’ ଭବିଷ୍ୟତ ଉଜ୍ଜ୍ୱଳ ହେଉ’ ବୋଲି ଆଶୀର୍ବାଦ ଦେଇଥିଲେ ।
ଅନାଥାଶ୍ରମରେ ମମିତା କେକ୍ କାଟି ଓ ମହମବତୀ ଫୁଙ୍କି ଜନ୍ମଦିନ ପାଳନ କଲା ।
ଅନାଥାଶ୍ରମରେ ରହୁଥିବା ନମିତା ହେଉଛି ମମିତାର ସହପାଠିନୀ ।
ମମିତା ନିଜ ଜନ୍ମଦିନଟିକୁ ଘରେ ଧୁମଧାମରେ ପାଳନ କରିବାକୁ ଜିଦ୍ ଧରିଥିଲା ।
ଜଗତର ହିତ ପାଇଁ ଗଛ ଲଗାଇ ପୃଥିବୀକୁ ସବୁଜିମାରେ ଭରିଦେବାକୁ କବିତାରେ କୁହାଯାଇଛି ।
‘ବୃକ୍ଷ’ ଓ ‘ପାଦପ’ ଶବ୍ଦ ଦୁଇଟି ‘ଗଛ’ ଶବ୍ଦର ସମାନ ଅର୍ଥବୋଧକ ଶବ୍ଦ ଅଟନ୍ତି ।
‘ହତଶିରୀ’ ପଦ୍ୟରୂପ ଶବ୍ଦଟିର ଗଦ୍ୟରୂପ ହେଉଛି ‘ସୁନ୍ଦର’ ।
ଗଛ ନିଜର ବକଳ ହୃଦୟ ଚିରି ସମସ୍ତଙ୍କୁ ଛାଇରେ ଆଶ୍ରୟ ଦେଇଛି ।
ପରର ଉପକାର କରିବା ପାଇଁ ଧର୍ମକୁ ମୂଳମନ୍ତ୍ର କରିବା ଉଚିତ ବୋଲି ଗଛ କହିଛି ।
ଗଛ ନିଜ ଜନ୍ମକାଳରୁ ବର୍ଷା, ଝଡ଼ ଓ ଖରାକାକର ସହି ଆସିଛି ।
ଗଛର ଆଖିରୁ କ୍ଷୀର ଝରୁଛି ବୋଲି କବିତାରେ ବର୍ଣ୍ଣନା କରାଯାଇଛି ।
ମଣିଷ ଫଳ ଖାଇବା ପାଇଁ ମନ ବଳାଇଲେ ଗଛର ସେଥିରେ କୌଣସି ଆପତ୍ତି ନାହିଁ ।
‘ଗଛ କାହାଣୀ’ କବିତାର ରଚୟିତା ହେଉଛନ୍ତି କବି ଉପେନ୍ଦ୍ର ଭଞ୍ଜ ।