ଯେ ଥାଏ ପର ଉପକାରେ — True / False Practice
କୌଣସି ଭୋକିଲା ଯାତ୍ରୀ ପହଞ୍ଚିଲେ ମେକରଣ ତାଙ୍କୁ ନିଜ ଭାଗର ଖାଦ୍ୟ ଦେଇ ଦେଉଥିଲେ ।
ରାଜା କଥା ଦେଇ ସେହିଦିନଠାରୁ ସେହି ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ବାରଣ କଲେ ।
ମେକରଣ ରାଜାଙ୍କୁ ବହୁତ ଧନସମ୍ପତ୍ତି ଦାନ କରିବା ପାଇଁ ମାଗିଥିଲେ ।
ଦୋକାନୀ ଚିଠି ଅନୁଯାୟୀ ଜିନିଷ ଗଧ ବେକରେ ଝୁଲୁଥିବା ମୁଣାରେ ଭର୍ତ୍ତି କରି ଦେଉଥିଲା ।
ମେକରଣ ରାଜାଙ୍କଠାରୁ ଚଦରଟି ନେଇ ନିଜ ପାଖରେ ସାଇତି ରଖିଲେ ।
ରାଜା ସନ୍ନ୍ୟାସୀ ମେକରଣଙ୍କୁ ଏକ ସୁନା ମୁକୁଟ ଉପହାର ଦେଇଥିଲେ ।
କଚ୍ଛ ରାଜ୍ୟର ରାଜା ସେହି ମରୁଭୂମି ଅଞ୍ଚଳକୁ ଶିକାର କରିବା ପାଇଁ ଆସିଥିଲେ ।
ଭିକ୍ଷାରୁ ମିଳୁଥିବା ଖାଦ୍ୟରୁ ମେକରଣ ଦୁଇଭାଗ ନିଜେ ଖାଉଥିଲେ ଓ ଗୋଟିଏ ଭାଗ ପଶୁମାନଙ୍କୁ ଦେଉଥିଲେ ।
ପାଣି ନେଇ ଯିବା ସମୟରେ ଆଗରେ ମୋତି ଯାଉଥିଲା ଓ ତା' ପଛେ ପଛେ ଲାଲା ଚାଲୁଥିଲା ।
ମେକରଣ ପାଳିଥିବା କୁକୁରର ନାମ ଲାଲା ଏବଂ ଗଧର ନାମ ମୋତି ଥିଲା ।
ଗୁରୁ ଦତ୍ତାତ୍ରେୟ ମେକରଣଙ୍କୁ ଦୁଇଟି ତୁମ୍ବୀ ଦେଇ ପଥକମାନଙ୍କୁ ପାଣି ପିଆଇବାକୁ କହିଥିଲେ ।
ତପସ୍ୟା ସମୟରେ ମେକରଣ ମିଠା ଓ ଫଳ ଖାଇ ଜୀବନ ବିତାଉଥିଲେ ।
ମେକରଣ ଗିରିନାର ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ବାରବର୍ଷ ତପସ୍ୟା କରିଥିଲେ ।
ମେକରଣ ଗୁରୁ ବଶିଷ୍ଠଙ୍କର ଶିଷ୍ୟ ଥିଲେ ।
ସାଧୁ ମେକରଣ ଗୁଜୁରାଟ ରାଜ୍ୟର କଚ୍ଛ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ।