• ୧୮୪୩ ଖ୍ରୀଷ୍ଟାବ୍ଦ ମକରସଂକ୍ରାନ୍ତି ଦିନ ବାଲେଶ୍ୱରର ମଲ୍ଲିକାଶପୁର ଗ୍ରାମରେ ଫକୀର ମୋହନ ସେନାପତି ଜନ୍ମଗ୍ରହଣ କରିଥିଲେ ।

  • ଫକୀର ମୋହନଙ୍କ ମାତାଙ୍କ ନାମ ତୁଳସୀ ଦେଈ ଏବଂ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଥିଲା ।

  • ବଡ଼ ଭାଇଙ୍କ ମୃତ୍ୟୁ ପରେ ଯମ ତଳ ପୁଅକୁ ନେବ ନାହିଁ ବୋଲି ବିଶ୍ୱାସରେ ଲେଖକଙ୍କ କାନ ଫୋଡ଼ା ଯାଇଥିଲା ।

  • ଲେଖକଙ୍କୁ ଏକ ବର୍ଷ ପାଞ୍ଚ ମାସ ହୋଇଥିବା ବେଳେ ତାଙ୍କ ପିତା ଭୁବନେଶ୍ୱରର ବିନ୍ଦୁସାଗର ଘାଟରେ ପ୍ରାଣତ୍ୟାଗ କରିଥିଲେ ।

  • ପିତାଙ୍କ ବିୟୋଗରେ ତାଙ୍କ ପୋଷା କୁକୁରଟି ଆଠ ଦିନ କାଳ ଅନାହାରରେ ରହି ପ୍ରାଣତ୍ୟାଗ କରିଥିଲା ।

  • ସ୍ୱାମୀଙ୍କ ମୃତ୍ୟୁ ପରେ ଚଉଦ ମାସ ଯନ୍ତ୍ରଣା ଭୋଗି ଲେଖକଙ୍କ ମାତା ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ପରଲୋକ ଗଲେ ।

  • ପିତାମାତାଙ୍କ ମୃତ୍ୟୁ ପରେ ପିତାମହୀ କୁଚିଳା ଦେଈ ଅସହାୟ ଫକୀର ମୋହନଙ୍କୁ ସ୍ନେହରେ ଲାଳନପାଳନ କରିଥିଲେ ।

  • ଠାକୁରମା ବାଲେଶ୍ୱରର ଦୁଇ ପୀରଙ୍କ ପାଖରେ ମାନତା କରି ଲେଖକଙ୍କ ପ୍ରକୃତ ନାମ ବ୍ରଜମୋହନ ବଦଳରେ ‘ଫକୀର’ ରଖିଥିଲେ ।

  • ପ୍ରତିବର୍ଷ ମହରମ ସମୟରେ ଲେଖକ ଆଠ ଦିନ ପାଇଁ ଫକୀରୀ ବେଶ ଧାରଣ କରି ଗାଁରେ ଭିକ ମାଗୁଥିଲେ ।

  • ପ୍ରାୟ ନଅ ବର୍ଷ ବୟସରେ ଲେଖକ କଟକ ଜିଲ୍ଲାର ଅବଧାନ ବୈଷ୍ଣବ ମାହାନ୍ତିଙ୍କ ଚାହାଳୀରେ ପଢ଼ିବା ଆରମ୍ଭ କଲେ ।

  • ଚାହାଳୀରେ ସକାଳ ସମୟରେ ଖଡ଼ିପାଠ ଏବଂ ଉପରଓଳି ପୋଥି ପଢ଼ା ହେଉଥିଲା ।

  • ଚାହାଳୀ ଛୁଟି ବେଳେ ସମସ୍ତଙ୍କ ଆଗରେ ଆସିଥିବା ଚାଟକୁ ଅବଧାନେ ବେତ ଅଗ ଛୁଆଁଇ ‘ଶୂନଚାଟି’ ଦେଉଥିଲେ ।

  • ନଣ୍ଡା ଗୋସାଇଁ ମଠ ଚାହାଳୀରେ ପ୍ରତିପଦ, ଅଷ୍ଟମୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ତିଥିରେ ପାଠପଢ଼ା ବନ୍ଦ ରହୁଥିଲା ।

  • ବାଲେଶ୍ୱର ପାର୍ଶି ଅବୈତନିକ ସ୍କୁଲରେ ଓଡ଼ିଆ ପଣ୍ଡିତ ବନମାଳି ବାଚସ୍ପତି ଛାତ୍ରମାନଙ୍କୁ ଚିଠି ଓ ଦରଖାସ୍ତ ଲେଖିବା ଶିଖାଉଥିଲେ ।

  • ‘ଶୈଶବର କଥା’ ପାଠ୍ୟାଂଶଟି ଫକୀର ମୋହନ ସେନାପତିଙ୍କ ଆତ୍ମଜୀବନୀ ପୁସ୍ତକ ‘ଆତ୍ମଚରିତ’ରୁ ସଂଗୃହୀତ ହୋଇଛି ।