ଶୈଶବର କଥା — True / False Practice
‘ପଢ଼ିଥିଲି ଯହିଁ ପ୍ରଥମକଥା’ କବିତାଟି କବି କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଦ୍ୱାରା ରଚିତ ।
ମୁରଲୀକାନ୍ତ ପେଟକର କ୍ରିକେଟ ଖେଳରେ ଭାରତ ପାଇଁ ପ୍ରଥମ ପାରା ଅଲମ୍ପିକ୍ ସ୍ୱର୍ଣ୍ଣପଦକ ଜିତିଥିଲେ ।
ପ୍ରସିଦ୍ଧ ବିନ୍ଦୁସାଗର ପୁଷ୍କରିଣୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟରେ ଅବସ୍ଥିତ ।
ବାଲେଶ୍ୱର ପାର୍ଶି ସ୍କୁଲରେ ଓଡ଼ିଆ ପଣ୍ଡିତ ବନମାଳି ବାଚସ୍ପତି ଛାତ୍ରମାନଙ୍କୁ ଇଂରାଜୀ ବ୍ୟାକରଣ ପଢ଼ାଉଥିଲେ ।
ଚାଟଶାଳୀରେ ନୂଆ ପାଠ ଆରମ୍ଭ କଲେ ଚାଟମାନେ ଅବଧାନଙ୍କ ପାଇଁ ସିଧା ଆଣୁଥିଲେ ।
ନଣ୍ଡା ଗୋସାଇଁ ମଠ ଚାହାଳୀରେ ପ୍ରତି ରବିବାର ଦିନ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରହୁଥିଲା ।
ବଡ଼ବାପାଙ୍କଠାରୁ ଦରମା ପାଇବା ଉଦ୍ଦେଶ୍ୟରେ ଅବଧାନେ ଅକାରଣରେ ଲେଖକଙ୍କୁ ବେତରେ ବାଡ଼ାଉଥିଲେ ।
ଲେଖକଙ୍କ ପ୍ରଥମ ଚାଟଶାଳୀର ଅବଧାନ ବୈଷ୍ଣବ ମାହାନ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାରେ ଥିଲା ।
ଲେଖକ ପଢୁଥିବା ଚାହାଳୀରେ ସକାଳେ ଖଡ଼ିପାଠ ଏବଂ ଉପରଓଳି ପୋଥି ପଢ଼ା ହେଉଥିଲା ।
ଚାହାଳୀକୁ ସମସ୍ତଙ୍କଠାରୁ ଆଗ ଆସିଥିବା ଚାଟକୁ ଅବଧାନେ ଦଶ ପାହାର ବେତ ମାଡ଼ ଦେଉଥିଲେ ।
ଠାକୁରମା କୁଚିଳା ଦେଈ ଅସୁସ୍ଥ ଶିଶୁ ଫକୀର ମୋହନଙ୍କୁ ଅନିଦ୍ରା ଓ ଅନାହାରରେ ରହି ସେବା ଶୁଶ୍ରୂଷା କରୁଥିଲେ ।
ଫକୀର ମୋହନଙ୍କର ପିଲାଦିନର ପ୍ରଥମ ନାମ ଲକ୍ଷ୍ମଣ ଚରଣ ରଖାଯାଇଥିଲା ।
ବାପାଙ୍କ ବିୟୋଗ ପରେ ତାଙ୍କ ପୋଷା କୁକୁରଟି ଆଠ ଦିନ ପର୍ଯ୍ୟନ୍ତ ଅନାହାରରେ ରହି ମରିଗଲା ।
ଲେଖକଙ୍କ ବାପା ପୁରୀ ରଥଯାତ୍ରା ଦର୍ଶନ ସାରି ଫେରିବା ବେଳେ ବସନ୍ତ ରୋଗରେ ପ୍ରାଣତ୍ୟାଗ କରିଥିଲେ ।
ଫକୀର ମୋହନ ସେନାପତି ବାଲେଶ୍ୱର ସହରର ମଲ୍ଲିକାଶପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।