1

ହିରଣ୍ୟକଶ୍ୟପୁର ମୃତ୍ୟୁ ପରେ ଭକ୍ତ ପ୍ରହ୍ଲାଦ ରାଜା ହୋଇ ସୁଖରେ ପ୍ରଜା ପାଳନ କଲେ।

2

ଭଗବାନ ନୃସିଂହ ଖଣ୍ଡା ଓ ତୀର ବ୍ୟବହାର କରି ହିରଣ୍ୟକଶ୍ୟପୁକୁ ବଧ କରିଥିଲେ।

3

ଭଗବାନ ନୃସିଂହଙ୍କ ଶରୀରଟି ମଣିଷ ପରି ଏବଂ ମୁଣ୍ଡଟି ସିଂହ ପରି ଥିଲା।

4

ଅଗ୍ନିକୁଣ୍ଡରେ ବସିବା ପରେ ହୋଲିକା ବଞ୍ଚିଗଲା ଏବଂ ପ୍ରହ୍ଲାଦ ଅଗ୍ନିରେ ପୋଡ଼ି ମରିଗଲେ।

5

ବନ୍ଦୀଶାଳାରେ ଛଡ଼ାଯାଇଥିବା ବିଷଧର ସର୍ପମାନେ ପ୍ରହ୍ଲାଦଙ୍କୁ ନ କାମୁଡ଼ି ଜଗି ରହିଥିଲେ।

6

ପିତାଙ୍କ ତାଗିଦ ଓ ଭୟ ଯୋଗୁଁ ଭକ୍ତ ପ୍ରହ୍ଲାଦ ବିଷ୍ଣୁଙ୍କ ନାମ ଜପ କରିବା ବନ୍ଦ କରିଦେଇଥିଲେ।

7

ହିରଣ୍ୟକଶ୍ୟପୁ ଅମର ହେବା ପାଇଁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ କଠୋର ତପସ୍ୟା କରିଥିଲା।

8

'ମୂଷିକରାଜ' ଓ 'କପୋତରାଜ' ଶବ୍ଦଦୁଇଟି ସର୍ବନାମ ପଦ ଅଟେ।

9

କବିତାରେ ବ୍ୟବହୃତ ‘ଉଭା’ ଓ ‘କାବା’ ଶବ୍ଦ ଦୁଇଟି ହେଉଛି ସମତାନ ଶବ୍ଦ।

10

ହିରଣ୍ୟକ କପୋତରାଜଙ୍କ କଥା ଶୁଣି ରାଗିଯାଇ ଜାଲ କାଟିବାକୁ ମନା କରିଦେଲେ।

11

କପୋତରାଜ ନିଜ ଜାଲ କାଟିବା ପୂର୍ବରୁ ଅନ୍ୟ ସମସ୍ତ ପ୍ରଜାଙ୍କୁ ପ୍ରଥମେ ମୁକ୍ତ କରିବାକୁ ହିରଣ୍ୟକଙ୍କୁ ଅନୁରୋଧ କରିଥିଲେ।

12

କପୋତମାନେ ଜଣ ଜଣ ହୋଇ ନିଜ ଇଚ୍ଛାରେ ଅଲଗା ଅଲଗା ଉଡ଼ିବାକୁ ଚେଷ୍ଟା କରିଥିଲେ।

13

ହିରଣ୍ୟକ ହେଉଛନ୍ତି ମୂଷିକରାଜ ଏବଂ ସେ କପୋତରାଜଙ୍କ ବାଲ୍ୟସଖା ଥିଲେ।

14

କପୋତମାନେ ଧାନକଣିକାର ଲୋଭରେ ପଡ଼ି ଶିକାରୀର ଜାଲରେ ଛନ୍ଦି ହୋଇପଡ଼ିଥିଲେ।

15

'ଦଳପତି ପଦ ତୁମକୁ ସାଜେ' କବିତାର ରଚୟିତା ହେଉଛନ୍ତି ଡ. ନଟବର ସାହୁ।