ନୂଆଖାଇ — Key Points
‘ନୂଆଖାଇ’ ପାଠଟି ଲେଖକ ବିପିନ ବିହାରୀ ବିଶିଙ୍କ ଦ୍ୱାରା ରଚିତ ଏକ କୃଷିଭିତ୍ତିକ ତଥା ସାମାଜିକ ପ୍ରବନ୍ଧ ଅଟେ ।
ପର୍ବପର୍ବାଣି ମାନବ ଜୀବନରୁ ନିରସତା ଓ କ୍ଲାନ୍ତି ଦୂର କରି ଜୀବନକୁ ସରସ ସୁନ୍ଦର ଓ କର୍ମଚଞ୍ଚଳ କରିଥାଏ ।
ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପ୍ରସିଦ୍ଧ ପର୍ବକୁ ‘ନୂଆଖାଇ’ ବା ନବାନ୍ନଭକ୍ଷଣ କୁହାଯାଏ ।
ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ ।
ନୂଆଖାଇ ପର୍ବର ଠିକ୍ ପୂର୍ବଦିନ ବିଦ୍ୟାଦାତା ଓ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପାଳିତ ହୋଇଥାଏ ।
ମା’ ବସୁମତୀଙ୍କୁ କୃତଜ୍ଞତା ଜଣାଇ ବର୍ଷର ପ୍ରଥମ ଫସଲର ନୂଆ ଧାନକେଣ୍ଡା ଓ ନୂଆଚୁଡ଼ାକୁ ନୂଆହାଣ୍ଡିରେ ଭୋଗ ଲଗାଯାଏ ।
ପର୍ବ ପୂର୍ବରୁ ଘରର ମହିଳାମାନେ ଘରଦ୍ୱାର ଲିପାପୋଛା କରି ସମସ୍ତ ଆସବାବପତ୍ର ସଫାସୁତୁରା କରି ସଜାଇ ରଖନ୍ତି ।
ନୂଆଖାଇ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତେ ନିତ୍ୟକର୍ମ ସାରି ନୂଆ ଲୁଗା ପିନ୍ଧି ପୂଜା ସାମଗ୍ରୀ ସଜାଡ଼ି ରଖନ୍ତି ।
ଦେବଦେବୀଙ୍କ ପୂଜା ପୂର୍ବରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ପବିତ୍ର ବିଧି ରହିଛି ।
ନୂଆଚୁଡ଼ା, ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ପ୍ରସ୍ତୁତ ପ୍ରସାଦକୁ ସମସ୍ତେ ପୂର୍ବମୁହାଁ ହୋଇ ପତ୍ର ଚଉତିରେ ସେବନ କରନ୍ତି ।
ପ୍ରସାଦ ସେବନ ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ପ୍ରଣାମ କରିବାକୁ ‘ନୂଆଖାଇ ଜୁହାର’ କୁହାଯାଏ ।
ନୂଆଖାଇ ପରେ ଝିଅବୋହୂମାନେ ସାହି ସାହି ବୁଲି ଗୁରୁଜନମାନଙ୍କୁ ଜୁହାର ହେବାକୁ ‘ନୂଆଖାଇ ଭେଟ୍ଘାଟ୍’ କୁହାଯାଏ ।
ଗ୍ରାମବାସୀ ମନ୍ଦିର ଯାଇ ଖରିଫ୍ ଓ ରବିଫସଲର ଉତ୍ପାଦନ ବୃଦ୍ଧି ଏବଂ ଅନ୍ନକଷ୍ଟ ଦୂର ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରନ୍ତି ।
ନୂଆଖାଇ ସଞ୍ଜରେ ଘୁମୁରା ନାଚ, ସମ୍ବଲପୁରୀ ନୃତ୍ୟ, ଭଜନ, କୀର୍ତ୍ତନ ଓ ନାଟତାମସାରେ ସମସ୍ତେ ମଜ୍ଜିଯାଆନ୍ତି ।
ଏହି ପର୍ବ ସମାଜରୁ ଭେଦଭାବ ଓ ବାଦବିବାଦ ଦୂର କରି ଲୋକଙ୍କ ମଧ୍ୟରେ ଭ୍ରାତୃତ୍ୱ ଓ ସାମାଜିକ ବନ୍ଧନ ସୃଷ୍ଟି କରେ ।