କାଜିରଙ୍ଗା ଜାତୀୟ ଉଦ୍ୟାନ — Key Points
କାଜିରଙ୍ଗା ଜାତୀୟ ଉଦ୍ୟାନ ଆସାମ ରାଜ୍ୟର ବ୍ରହ୍ମପୁତ୍ର ନଦୀକୂଳରେ ଅବସ୍ଥିତ।
ଏକଶିଙ୍ଗିଆ ଗଣ୍ଡା ବା ଇଣ୍ଡିଆନ୍ ରାଇନୋ ପାଇଁ କାଜିରଙ୍ଗା ଜାତୀୟ ଉଦ୍ୟାନ ସାରା ବିଶ୍ୱରେ ପ୍ରସିଦ୍ଧ।
ଭାରତବର୍ଷରେ ହାତୀଙ୍କ ପରେ ଏକଶିଙ୍ଗିଆ ଭାରତୀୟ ଗଣ୍ଡା ହେଉଛନ୍ତି ଦ୍ୱିତୀୟ ବୃହତ୍ତମ ବନ୍ୟପଶୁ।
ଏକଶିଙ୍ଗିଆ ଭାରତୀୟ ଗଣ୍ଡା କେବଳ ଭାରତ ଏବଂ ନେପାଳର ଜଙ୍ଗଲରେ ହିଁ ଦେଖିବାକୁ ମିଳନ୍ତି।
ଭାରତରେ ବସବାସ କରୁଥିବା ଅଧାରୁ ଅଧିକ ଏକଶିଙ୍ଗିଆ ଗଣ୍ଡା କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହନ୍ତି।
କାଜିରଙ୍ଗା ଜାତୀୟ ଉଦ୍ୟାନରେ ଭୁକୁଥିବା, ବାରଶିଙ୍ଗିଆ, ବାମନ ଓ ସମ୍ବର ଭଳି ଚାରିପ୍ରକାର ହରିଣ ଦେଖାଯାଆନ୍ତି।
ଉତ୍ତରାଖଣ୍ଡର ଜିମ୍ କାର୍ବେଟ୍ ଜାତୀୟ ଉଦ୍ୟାନ ହେଉଛି ଭାରତର ସର୍ବପୁରାତନ ତଥା ପ୍ରଥମ ଜାତୀୟ ଉଦ୍ୟାନ।
ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ ବାଘ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ।
ଓଡ଼ିଶାର ଉଚ୍ଚତମ ଜଳପ୍ରପାତ ବରେହିପାଣିର ଉଚ୍ଚତା ୧୩୦୯ ଫୁଟ ଏବଂ ଏହା ଶିମିଳିପାଳରେ ଅବସ୍ଥିତ।
ଶିମିଳିପାଳ ଜଙ୍ଗଲରୁ ଓଡ଼ିଶାର ଦୁଇଟି ପ୍ରମୁଖ ନଦୀ ସାଳନ୍ଦୀ ଓ ବୁଢ଼ାବଳଙ୍ଗର ଉତ୍ପତ୍ତି ହୋଇଛି।
କେନ୍ଦ୍ରାପଡ଼ାରେ ଥିବା ଭିତରକନିକା ଅଭୟାରଣ୍ୟ କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ହେନ୍ତାଳବଣ ପାଇଁ ଓଡ଼ିଶାର ଆମାଜନ ଭାବେ ପରିଚିତ।
ଚିଲିକା ହେଉଛି ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ ଏବଂ ଏହା ବିଦେଶାଗତ ପକ୍ଷୀଙ୍କ ପାଇଁ ପ୍ରସିଦ୍ଧ।
ଶୀତଦିନେ ଖାଦ୍ୟ ଅନ୍ୱେଷଣ ଓ ଅଣ୍ଡା ଦେବା ପାଇଁ ସୁଦୂର ସାଇବେରିଆରୁ ବିଦେଶୀ ପକ୍ଷୀମାନେ ଚିଲିକାକୁ ଆସନ୍ତି।
ଅନୁଗୋଳ ଜିଲ୍ଲାର ଟିକରପଡ଼ାଠାରେ ମହାନଦୀର ପ୍ରସିଦ୍ଧ ସାତକୋଶିଆ ଗଣ୍ଡ ଏବଂ କୁମ୍ଭୀର ଗବେଷଣା କେନ୍ଦ୍ର ରହିଛି।
ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀଉଦ୍ୟାନ ସାରା ପୃଥିବୀରେ ଧଳାବାଘ ପାଇଁ ବିଶେଷ ପ୍ରସିଦ୍ଧି ଲାଭ କରିଛି।