ଜନ୍ମଭୂମି — True / False Practice
‘ବସନ୍ତ ଗାଥା’ ଓ ‘ଉତ୍କଳଗାଥା’ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ କବିତା ଅଟେ ।
‘ମୁଣ୍ଡ’ ଶବ୍ଦ ପାଇଁ କବିତାରେ ‘ଚରଣ’ ଶବ୍ଦ ବ୍ୟବହାର କରାଯାଇଛି ।
‘ଜନ୍ମଭୂମି’ କବିତାରେ ମୁଖ୍ୟତଃ ପବିତ୍ର ଭାରତମାତାର ଯଶଗାନ କରାଯାଇଛି ।
‘ଏଇ ଦେଶ ଏଇ ମାଟି’ କବିତାଟି ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ।
‘ବନ୍ଦେ ମାତରମ୍’ ସଙ୍ଗୀତଟି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ।
କବି ନିଜକୁ ଜନ୍ମଭୂମିର ସର୍ବଶ୍ରେଷ୍ଠ ଓ ସର୍ବଶକ୍ତିମାନ ସନ୍ତାନ ବୋଲି ପ୍ରକାଶ କରିଛନ୍ତି ।
‘ଗିରିବର’ ଶବ୍ଦରେ ବ୍ୟବହୃତ ‘ବର’ ଶବ୍ଦର ଅର୍ଥ ‘ଶ୍ରେଷ୍ଠ’ ଅଟେ ।
ପଦ୍ମିନୀ, ସାବିତ୍ରୀ, ସୀତା ଓ ଦୁର୍ଗାବତୀଙ୍କୁ କବିତାରେ ଭାରତମାତାର ଜନନୀ ବୋଲି କୁହାଯାଇଛି ।
ଶ୍ରୀଚୈତନ୍ୟ ଆନନ୍ଦ ମନରେ ବିଭୁ ବା ଈଶ୍ୱରଙ୍କ ନାମ ପ୍ରଚାର କରିଥିଲେ ।
କାଳିଦାସ, ବାଲ୍ମୀକି ଓ ବେଦବ୍ୟାସଙ୍କୁ କବିତାରେ ବୀର ଯୋଦ୍ଧା ଭାବେ ବର୍ଣ୍ଣନା କରାଯାଇଛି ।
ଭାରତମାତାର ଚରଣରେ ମହାସାଗର ବିରାଜିତ ଅଟେ ।
ଭାରତମାତାଙ୍କ କଟି ବା ଅଣ୍ଟାରେ ହିମାଳୟ ପର୍ବତ ବିରାଜିତ ।
କବିତାରେ ଭାରତମାତାର ମସ୍ତକରେ ହିମାଳୟ ପର୍ବତ ଶୋଭା ପାଉଛି ବୋଲି ବର୍ଣ୍ଣନା କରାଯାଇଛି ।
ଭକ୍ତକବି ମଧୁସୂଦନ ରାଓ କଟକ ସହରରେ ଜନ୍ମଗ୍ରହଣ କରିଥିଲେ ।
‘ଜନ୍ମଭୂମି’ କବିତାଟି ‘ଚୋଖି’ ରାଗରେ ରଚିତ ।