ହକି — True / False Practice
ଟେବୁଲଟେନିସ୍ ଓ ପୁଚି ପରି ଖେଳ ଉଭୟ ଘର ଭିତରେ ଓ ଘର ବାହାରେ ଖେଳାଯାଏ ।
ପ୍ରତିଦିନ କଠିନ ଶାରୀରିକ ପରିଶ୍ରମ କରୁଥିବା ଲୋକମାନଙ୍କ ପାଇଁ ବ୍ୟାୟାମ ଏକାନ୍ତ ପ୍ରୟୋଜନ ।
କଳ୍ପନା ଦାଶ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଓକିଲାତି ପାସ୍ କରିଥିଲେ ।
ପର୍ବତାରୋହୀ କଳ୍ପନା ଦାଶ ପ୍ରଥମ ଚେଷ୍ଟାରେ ୨୦୦୪ ମସିହାରେ ମାଉଣ୍ଟ ଏଭେରେଷ୍ଟ ଶିଖରରେ ପହଞ୍ଚିଥିଲେ ।
ଦାଣ୍ଡି ବା ଗୋଥା ଖେଳ ମୁଖ୍ୟତଃ ହୋଲି ପର୍ବର କିଛିଦିନ ପୂର୍ବରୁ ଖେଳାଯାଏ ।
ଦାଣ୍ଡି କିମ୍ବା ଗୋଥା ଖେଳରେ ଗୋଲ୍ କରିବା ପାଇଁ ହକି ପରି ଗୋଲପୋଷ୍ଟ ଥାଏ ।
ଭିଲ-ଭିଲାଲା ଜନଜାତି ପିଲାଙ୍କ ଖେଳ 'ଦାଣ୍ଡି ବା ଗୋଥା'ରେ ବାଉଁଶ କାଠି ନିର୍ମିତ ବଲ୍କୁ 'ଦୁଇତ୍' କୁହାଯାଏ ।
ହକି ସୁନ୍ଦରଗଡ଼ ଅଞ୍ଚଳର ଆଦିବାସୀମାନଙ୍କର ଏକ ପ୍ରିୟ ଖେଳ ଅଟେ ।
୧୯୭୫ ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଓଡ଼ିଶାର ଖେଳାଳି ମାଇକେଲ୍ କିଣ୍ଡୋ ଭାଗ ନେଇଥିଲେ ।
ଧ୍ୟାନଚାନ୍ଦ ନିଜ ହକି ଷ୍ଟିକ୍ରେ ଅଠା ଲଗାଇ ଖେଳୁଥିଲେ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା ।
୧୯୩୬ ମସିହାର ବର୍ଲିନ ଅଲିମ୍ପିକରେ ଧ୍ୟାନଚାନ୍ଦଙ୍କ ଚମକପ୍ରଦ ଖେଳ ଦେଖି ଦର୍ଶକମାନେ ତାଙ୍କୁ 'ହକି ଖେଳର ଯାଦୁକର' ବୋଲି ଆଖ୍ୟା ଦେଇଥିଲେ ।
ଧ୍ୟାନଚାନ୍ଦଙ୍କୁ ଲୋକମାନେ ତାଙ୍କ ଉଚ୍ଚକୋଟୀର ଖେଳ ପାଇଁ 'କଳିଙ୍ଗ ବୀର' ବୋଲି ଡାକୁଥିଲେ ।
୧୯୨୮ ମସିହାରେ ହଲାଣ୍ଡରେ ଅନୁଷ୍ଠିତ ଅଲମ୍ପିକ୍ କ୍ରୀଡ଼ାରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ।
ଆଧୁନିକ ହକି ଖେଳ ପ୍ରଥମେ ୧୮୭୫ ମସିହାରେ ଆମେରିକାରେ ଆରମ୍ଭ ହୋଇଥିଲା ।
ହକି ଖେଳରେ ପ୍ରତ୍ୟେକ ଦଳରେ ଏଗାର ଜଣ ଲେଖାଏଁ ଖେଳାଳି ଥାଆନ୍ତି ।