• ‘ଠକି ବସିଲେ ଠକିଯିବ’ କାହାଣୀଟି ଗାଳ୍ପିକ ବଂଶୀଧର ଦାଶଙ୍କ ଦ୍ୱାରା ‘ଜାତକ କଥା’ରୁ ସଂଗୃହୀତ ହୋଇଛି ।

  • ଆଗରୁ ଖୁବ୍ ଧନୀ ଥିବା ବୃଦ୍ଧା ଆଈ ଏବଂ ତାଙ୍କ ନାତୁଣୀ ଶେଷରେ ଅତ୍ୟନ୍ତ ଗରିବ ହୋଇ କଷ୍ଟରେ ଚଳୁଥିଲେ ।

  • ଆଈଙ୍କ ଘରେ ବହୁ ପୁରୁଣା ଓ କଳାକୋତରା ହୋଇ ପଡ଼ିରହିଥିବା ଗୋଟିଏ ଫଟା ଥାଳି ଥିଲା ।

  • ନଈ ସେପାରିରୁ ଗାଆଁକୁ ଆସିଥିବା ଦୁଇଜଣ ବାସନ ବେପାରୀଙ୍କ ମଧ୍ୟରୁ ପ୍ରଥମ ବେପାରୀ ଜଣକ ବଡ଼ ଚୋଠା ଓ ଲୋଭୀ ଥିଲା ।

  • ପ୍ରଥମ ବେପାରୀ ଛେଣିରେ ରାମ୍ପି ଥାଳିଟି ସୁନାର ବୋଲି ଜାଣିପାରି ମଧ୍ୟ ତାହାର ଦାମ୍ ମାତ୍ର ଟଙ୍କାଏ କହି ଠକିବାକୁ ବସିଲା ।

  • ଥାଳିଟିକୁ କମ୍ ଦାମ୍‌ରେ ହଡ଼ପ କରିବା ଆଶାରେ ପ୍ରଥମ ବେପାରୀ ଆଈ-ନାତୁଣୀଙ୍କୁ ପାଲରେ ପକାଇବା ପାଇଁ ସେଠାରୁ ଚାଲିଗଲା ।

  • ଦ୍ୱିତୀୟ ବାସନ ବେପାରୀଟି ଅତ୍ୟନ୍ତ ସଚ୍ଚୋଟ ଥିଲା ଏବଂ ସେ ଥାଳିଟିକୁ ଖାଣ୍ଟି ସୁନା ବୋଲି ପ୍ରକାଶ କଲା ।

  • ଦ୍ୱିତୀୟ ବେପାରୀ ଥାଳିର ମୂଲ୍ୟ ଲକ୍ଷେ ଟଙ୍କା କହି ନିଜ ପାଖରେ ଥିବା ସବୁ ଟଙ୍କା ଓ ବାସନକୁସନ ବୁଢ଼ୀଙ୍କୁ ଦେଇଦେଲା ।

  • ବେପାରୀର ସଚ୍ଚୋଟପଣିଆ ଓ ସତ କଥାରେ ଖୁସି ହୋଇ ବୁଢ଼ୀ ତାଙ୍କୁ ସେହି ସୁନା ଥାଳିଟି ବିକ୍ରି କଲେ ।

  • ପ୍ରଥମ ବେପାରୀ ଫେରିଆସି ଥାଳି ପାଇଁ ଟଙ୍କାରୁ ବଢ଼ାଇ ଶେଷରେ ଶହେ ଟଙ୍କା ଯାଏ ଦର ହାଙ୍କିଲା ।

  • ଥାଳିଟି ଅନ୍ୟ ବେପାରୀ କିଣି ନେଇଥିବା ଜାଣି ପ୍ରଥମ ବେପାରୀ ନଈକୂଳକୁ ଦୌଡ଼ିଲା କିନ୍ତୁ ଡଙ୍ଗା ଛାଡ଼ିଦେଇଥିବାରୁ ନିରାଶ ହେଲା ।

  • ଯେଉଁ ବ୍ୟକ୍ତି ଅନ୍ୟକୁ ଠକିବାକୁ ଚେଷ୍ଟା କରେ, ସେ ଶେଷରେ ନିଜେ ହିଁ ଠକିଯାଏ ବୋଲି ଏହି କାହାଣୀ ଶିକ୍ଷା ଦିଏ ।

  • ରାଜକୁମାରମାନଙ୍କୁ ନୀତିଶିକ୍ଷା ଦେବା ପାଇଁ ପଣ୍ଡିତ ବିଷ୍ଣୁ ଶର୍ମା ‘ପଞ୍ଚତନ୍ତ୍ର’ ନାମକ ପ୍ରସିଦ୍ଧ ପୁସ୍ତକ ରଚନା କରିଥିଲେ ।

  • ପଞ୍ଚତନ୍ତ୍ରର ‘ବଗ ଓ କଙ୍କଡ଼ା’ ଗଳ୍ପରେ ଠକ ବଗଟି ଚତୁର କଙ୍କଡ଼ା ଦ୍ୱାରା ନିଜ କପଟତାର ଉଚିତ ଶାସ୍ତି ପାଇଥିଲା ।

  • କାହାଣୀରେ ବ୍ୟବହୃତ ‘ଚୋଠା’ ଏବଂ ‘ଦୟାଳୁ’ ଭଳି ଶବ୍ଦଗୁଡ଼ିକ ବ୍ୟକ୍ତିର ଗୁଣ ବର୍ଣ୍ଣନା କରୁଥିବା ବିଶେଷଣ ପଦ ଅଟେ ।