ଠକି ବସିଲେ ଠକିଯିବ — True / False Practice
‘ବଗ ଓ କଙ୍କଡ଼ା’ ଗଳ୍ପରେ କଙ୍କଡ଼ାଟି ବଗର ଠକାମି ଜାଣିପାରି ତା’ର ତଣ୍ଟି କାମୁଡ଼ି ଧରିଥିଲା ।
‘ଝରକାରୁ’ ବିଭାଗରେ ଥିବା ପଞ୍ଚତନ୍ତ୍ର ଗଳ୍ପର ବଗଟି ବହୁତ ପରିଶ୍ରମୀ ଓ ଦୟାଳୁ ଥିଲା ।
‘ଠକି ବସିଲେ ଠକିଯିବ’ କାହାଣୀଟି ବଂଶୀଧର ଦାଶଙ୍କ ଦ୍ଵାରା ସଂଗୃହୀତ ।
‘ଠକି ବସିଲେ ଠକିଯିବ’ କାହାଣୀଟି ‘ପଞ୍ଚତନ୍ତ୍ର’ ଗ୍ରନ୍ଥରୁ ସଂଗୃହୀତ ହୋଇଛି ।
ପ୍ରଥମ ବେପାରୀ ନଈକୂଳକୁ ଧାଇଁ ଯିବା ବେଳକୁ ଡଙ୍ଗାଟି ଘାଟ ଛାଡ଼ି ମଝି ନଈରେ ହୋଇଥିଲା ।
ପ୍ରଥମ ବେପାରୀ ଫେରିଆସି ବୁଢ଼ୀଙ୍କୁ ଏକ ହଜାର ଟଙ୍କା ଯାଏ ଦର ବଢ଼ାଇଥିଲା ।
ଦ୍ୱିତୀୟ ବେପାରୀଟି ନିଜ ପାଖରେ ଥିବା ସମସ୍ତ ଟଙ୍କା ଓ ବାସନକୁସନ ବୁଢ଼ୀଙ୍କୁ ଦେଇ ଥାଳିଟି ନେଇଥିଲା ।
ଦ୍ୱିତୀୟ ବେପାରୀ ପାଖରେ ପଚାଶ ହଜାର ଟଙ୍କାର ସମ୍ପତ୍ତି ଥିଲା ।
ଦ୍ୱିତୀୟ ବାସନ ବେପାରୀଟି ସଚ୍ଚୋଟ ଭାବେ ଥାଳିଟି ଖାଣ୍ଟି ସୁନା ବୋଲି ପ୍ରକାଶ କରିଥିଲା ।
ପ୍ରଥମ ବେପାରୀଟି ଥାଳିର ପ୍ରକୃତ ମୂଲ୍ୟ ଜାଣି ଆଈଙ୍କୁ ତୁରନ୍ତ ଲକ୍ଷେ ଟଙ୍କା ଦେଇଦେଲା ।
ପ୍ରଥମ ବାସନ ବେପାରୀଟି ଛେଣି ମୁନରେ ଥାଳି ପଛପଟ ରାମ୍ପି ପରୀକ୍ଷା କରିଥିଲା ।
ଆଈଙ୍କ ଘରେ ଥିବା ପୁରୁଣା ଫଟା ଥାଳିଟି ପ୍ରକୃତରେ ରୂପାର ଥିଲା ।
ନଈ ସେପାରି ସହରରୁ ଦୁଇଜଣ ବାସନ ବେପାରୀ ଗାଆଁକୁ ବାସନ ବିକିବାକୁ ଆସିଥିଲେ ।
ଅତୀତରେ ଆଈଙ୍କ ପୁଅମାନେ ଚାଷକାର୍ଯ୍ୟ କରି କୋଟିକୋଟି ଟଙ୍କା ରୋଜଗାର କରୁଥିଲେ ।
ଗୋଟିଏ ଗାଆଁରେ ଆଈ ଏବଂ ତାଙ୍କ ନାତୁଣୀ ଦୁଇଜଣ ଭାରି ଦୁଃଖରେ ଚଳୁଥିଲେ ।