• ‘ନୀତି-ବଚନ’ କବିତାଟି ବିଶିଷ୍ଟ ଶିଶୁସାହିତ୍ୟିକ କବି ରାମକୃଷ୍ଣ ନନ୍ଦଙ୍କ ଦ୍ୱାରା ରଚିତ ହୋଇଛି ।

  • ଏହି କବିତାଟି କବିଙ୍କର ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବିତା ସଂକଳନ ‘ଝୁମୁକା’ରୁ ସଂଗୃହୀତ ହୋଇଛି ।

  • ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ପୃଥିବୀରେ ଯେକୌଣସି ଅସାଧ୍ୟ କାର୍ଯ୍ୟ ସାଧ୍ୟ ହୋଇପାରେ ।

  • କଠିନ ଗିରିପାଷାଣକୁ ନିରନ୍ତର ଖୋଳିବା ଦ୍ୱାରା ସେଥିରୁ ମଧ୍ୟ ଜଳ ଝରିଥାଏ ।

  • ମାତୃସ୍ତନରେ ଅମୃତ ଥାଇ ମଧ୍ୟ ଜୋକ କେବଳ ରକ୍ତ ଶୋଷି ପିଇଥାଏ ।

  • ଦୁଷ୍ଟ ବା ଖଳ ସ୍ୱଭାବର ବ୍ୟକ୍ତି ଅନ୍ୟର ଭଲ ଗୁଣ ନ ଦେଖି କେବଳ ଦୋଷ ହିଁ ଖୋଜିଥାଏ ।

  • ପଦ୍ମଫୁଲର ସୁବାସକୁ ବେଙ୍ଗ ନ ବୁଝିଲା ପରି ମୂର୍ଖ ବ୍ୟକ୍ତି ସାଧୁଜନଙ୍କ ସଦୁପଦେଶ ବୁଝିପାରେ ନାହିଁ ।

  • ପର ଅଧୀନ ହୋଇ ରହୁଥିବା ବ୍ୟକ୍ତି ସର୍ବଦା ଅସରନ୍ତି ଦୁଃଖ ଓ ଯାତନା ଭୋଗ କରିଥାଏ ।

  • ହାତୀ ପରି ବଳଶାଳୀ ଜନ୍ତୁ ବନ୍ଧନରେ ପଡ଼ିଲେ ମାହୁନ୍ତର ଅଙ୍କୁଶ ବାଡ଼ିକୁ ଭୟ କରିଥାଏ ।

  • ରାଜା ଦେଶ ଜୟ କରି ଖ୍ୟାତି ପାଆନ୍ତି ଏବଂ ଯୋଦ୍ଧା ଯୁଦ୍ଧ ଜୟ କରି ନିଜର କୀର୍ତ୍ତି ରଖନ୍ତି ।

  • ଯେଉଁ ବ୍ୟକ୍ତି ନିଜ ହୃଦୟ ବା ମନକୁ ଜୟ କରିପାରେ, ସେ ହିଁ ସଂସାରରେ ଶ୍ରେଷ୍ଠ ବୀର-ମୁକୁଟମଣି ।

  • ରୂପ, ରଙ୍ଗ ଓ ସୁବାସ ଥାଇ ମଧ୍ୟ ଉତ୍କଟ ମହକ ଯୋଗୁଁ ଚମ୍ପାଫୁଲରେ ଭ୍ରମର ବସେ ନାହିଁ ।

  • ଅମୃତ କଳସରେ ଟୋପାଏ ବିଷ ପଡ଼ିଲା ପରି କୋଟିଏ ଗୁଣ ଥିଲେ ମଧ୍ୟ ଗୋଟିଏ ଦୋଷ ସବୁ ନଷ୍ଟ କରିଦିଏ ।

  • ହାତୀକୁ ଆୟତ୍ତ ବା ନିୟନ୍ତ୍ରଣ କରିବା ନିମନ୍ତେ ବ୍ୟବହୃତ ହେଉଥିବା ବାଡ଼ିକୁ ଅଙ୍କୁଶ କୁହାଯାଏ ।

  • ନୂଆ କଥା ଜାଣିବା କିମ୍ବା କାର୍ଯ୍ୟ ସାଧନ ପାଇଁ ଅବିରାମ ଚେଷ୍ଟା ବା ପରିଶ୍ରମ କରିବାକୁ ଅଧ୍ୟବସାୟ କୁହାଯାଏ ।