‘ପର’ ଶବ୍ଦର ଦୁଇଟି ଭିନ୍ନ ଅର୍ଥ ଲେଖ।
‘ଅଙ୍କୁଶ’ ଶବ୍ଦର ଅର୍ଥ କ’ଣ?
ସଂସାରରେ ପ୍ରକୃତ ‘ବୀର-ମୁକୁଟମଣି’ କାହାକୁ କୁହାଯାଇଛି?
ହାତୀ ପରି ବଳଶାଳୀ ଜନ୍ତୁ ବନ୍ଧନରେ ପଡ଼ି କାହାକୁ ଭୟ କରେ?
ପରାଧୀନତାର କୁପରିଣାମ କ’ଣ?
କଠିନ ଗିରିପାଷାଣକୁ ଖୋଳିଲେ କ’ଣ ହୁଏ?
କବି ରାମକୃଷ୍ଣ ନନ୍ଦ କେଉଁ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ?
‘ନୀତି-ବଚନ’ କବିତାର କବି କିଏ?
‘କମଳ’ ଓ ‘ଭେକ’ ଶବ୍ଦ ଦୁଇଟିର ସମାନାର୍ଥକ ଶବ୍ଦ ଲେଖ।
“ସୁଧା କଳସେ ବିଷ ବିନ୍ଦୁ-ସଦୃଶ”— ଏହି ଉକ୍ତିଟିର ଅର୍ଥ କ’ଣ?
ଚମ୍ପାଫୁଲରେ ରୂପ ଓ ସୁବାସ ଥିଲେ ମଧ୍ୟ ଭ୍ରମର କାହିଁକି ବସେ ନାହିଁ?
ରାଜା ଓ ବୀର କିପରି ଖ୍ୟାତି ଓ କୀର୍ତ୍ତି ଲାଭ କରନ୍ତି?
ସାଧୁଜନଙ୍କ ସଦୁପଦେଶକୁ କିଏ ବୁଝିପାରେ ନାହିଁ ଏବଂ କାହିଁକି?
ଖଳ ବା ମନ୍ଦମତି ବ୍ୟକ୍ତିର ସ୍ୱଭାବ କିପରି?
କେଉଁ ଗୁଣ ବଳରେ ମଣିଷ ପୃଥିବୀରେ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରେ?
କବି ରାମକୃଷ୍ଣ ନନ୍ଦଙ୍କ ସାରସ୍ୱତ ଜୀବନୀ ଓ ତାଙ୍କ ରଚିତ ‘ନୀତି-ବଚନ’ କବିତାର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କର।
“କୋଟିଏ ଗୁଣ ମଧେ ଗୋଟିଏ ଦୋଷ, ସୁଧା କଳସେ ବିଷ ବିନ୍ଦୁ-ସଦୃଶ ।”— ଏହି ପଦଟିର ଭାବାର୍ଥ ସ୍ପଷ୍ଟ କର।
କବିତାରେ ଖଳ ଲୋକ ଓ ମୂର୍ଖ ଲୋକଙ୍କ ସ୍ୱଭାବକୁ ବୁଝାଇବା ପାଇଁ କବି କେଉଁ କେଉଁ ପ୍ରାକୃତିକ ଦୃଷ୍ଟାନ୍ତ ବ୍ୟବହାର କରିଛନ୍ତି?
“ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳେ, ଅସାଧ୍ୟ ହୋଇପାରେ ସାଧ୍ୟ ଭୂତଳେ।”— ଏହି ପଦ୍ୟାଂଶର ଯଥାର୍ଥତା କବିତାରେ ଦିଆଯାଇଥିବା ଉଦାହରଣ ସହ ବୁଝାଅ।
ପରାଧୀନତାର କଷ୍ଟ ଏବଂ ପ୍ରକୃତ ବୀରର ପରିଚୟ ସମ୍ପର୍କରେ କବିଙ୍କର ମତାମତ ବିସ୍ତୃତ ଭାବରେ ଆଲୋଚନା କର।
‘ନୀତି-ବଚନ’ କବିତାରେ କବି ରାମକୃଷ୍ଣ ନନ୍ଦ ମାନବ ଜୀବନର ଉନ୍ନତି ପାଇଁ କେଉଁ କେଉଁ ମୂଲ୍ୟବାନ ନୀତିଶିକ୍ଷା ପ୍ରଦାନ କରିଛନ୍ତି? ବୁଝାଇ ଲେଖ।