ନୀତି-ବଚନ — True / False Practice
'ନୀତି-ବଚନ' କବିତାଟି ‘ପ୍ରତିଧ୍ୱନି’ ନାମକ ପୁସ୍ତକରୁ ଆଣି ପାଠ୍ୟପୁସ୍ତକରେ ରଖାଯାଇଛି ।
ପର ଅଧୀନରେ ରହୁଥିବା ପ୍ରାଣୀ ଅସରନ୍ତି ଯାତନା ବା କଷ୍ଟ ଭୋଗ କରେ ।
ଅମୃତ କଳସରେ ଗୋଟିଏ ବିନ୍ଦୁ ବିଷ ପଡ଼ିଲେ ତାହା ନଷ୍ଟ ହୁଏ ନାହିଁ ।
କବି ରାମକୃଷ୍ଣ ନନ୍ଦ କଟକ ଜିଲ୍ଲାର ବାଇରୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ମନ୍ଦମତି ବ୍ୟକ୍ତି ସର୍ବଦା ଅନ୍ୟର ଗୁଣକୁ ଗ୍ରହଣ କରେ ଓ ଦୋଷ ଦେଖେ ନାହିଁ ।
ଚମ୍ପକ କୁସୁମର ମହକ ଅତ୍ୟନ୍ତ ଉତ୍କଟ ହୋଇଥିବାରୁ ଭ୍ରମର ତା’ ନିକଟକୁ ଯାଏ ନାହିଁ ।
କବିତାରେ ‘ରୁଧିର’ ଶବ୍ଦର ଅର୍ଥ ‘ରକ୍ତ’ ବୋଲି ପ୍ରକାଶ କରାଯାଇଛି ।
ହାତୀ ଭଳି ବିଶାଳ ଜନ୍ତୁ ବନ୍ଧନରେ ପଡ଼ିଲେ ମଧ୍ୟ ଅଙ୍କୁଶ ବାଡ଼ିକୁ ଭୟ କରେ ନାହିଁ ।
ଯିଏ ନିଜ ହୃଦୟକୁ ଜୟ କରିପାରେ, ସେ ହିଁ ସଂସାରରେ ବୀର-ମୁକୁଟମଣି ।
କବି ରାମକୃଷ୍ଣ ନନ୍ଦ ‘ଝୁମୁକା’ କବିତା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।
ଗିରିପାଷାଣ ଅତ୍ୟନ୍ତ କଠିନ ହୋଇଥିଲେ ମଧ୍ୟ ତାହାକୁ ଖୋଳିଲେ ଜଳ ଝରିଥାଏ ।
ଭେକ ବା ବେଙ୍ଗ ପଦ୍ମଫୁଲର ସୁମନୋହର ସୁଗନ୍ଧକୁ ସହଜରେ ବୁଝିପାରେ ।
ପ୍ରସିଦ୍ଧ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ଵବିହାରୀ’ କବି ରାମକୃଷ୍ଣ ନନ୍ଦଙ୍କ ଦ୍ୱାରା ରଚିତ ।
ଯତ୍ନ ଓ ଅଧ୍ୟବସାୟ ବଳରେ ମଧ୍ୟ ପୃଥିବୀରେ କୌଣସି ଅସାଧ୍ୟ କାର୍ଯ୍ୟ ସାଧ୍ୟ ହୋଇପାରେ ନାହିଁ ।
'ନୀତି-ବଚନ' କବିତାଟି କବି ରାମକୃଷ୍ଣ ନନ୍ଦଙ୍କ ଦ୍ୱାରା ରଚିତ ।