• ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ‘ଉତ୍କଳ ସନ୍ତାନ’ କବିତାଟି ରଚିତ ହୋଇଛି।

  • ଓଡ଼ିଶାର ପୂର୍ବପୁରୁଷମାନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଭୂଭାଗ ଜୟ କରିଥିଲେ।

  • ତୋଷାମଦିଆ ବ୍ୟକ୍ତିର ପ୍ରକୃତିକୁ କୁକୁରର ଅଇଁଠା ପତ୍ର ଉପରେ ଧ୍ୟାନ ସହିତ ତୁଳନା କରାଯାଇଛି।

  • ସ୍ୱାର୍ଥପର ମନଥିବା ବ୍ୟକ୍ତି କେବେ ମଧ୍ୟ ଜାତିର ଉନ୍ନତି ସାଧନ କରିପାରିବ ନାହିଁ।

  • ଶାଗୁଣା ଓ ବିଲୁଆ ଚିକିତ୍ସକ ହେଲେ ମୃତ ଶବ କଦାପି ପ୍ରାଣ ଲାଭ କରିବ ନାହିଁ।

  • ଜାତି ରୂପକ ନନ୍ଦିଘୋଷ ରଥକୁ ଚଳାଇବା ପାଇଁ ସ୍ୱାର୍ଥକୁ ସାରଥି କରାଯାଇପାରିବ ନାହିଁ।

  • ଘୋଡ଼ା ମୁହଁରେ ଦାନାର ତୋବଡ଼ା ବନ୍ଧାଥିଲେ ସେ ଗାଡ଼ିକୁ ସହଜରେ ଟାଣିପାରିବ ନାହିଁ।

  • ଉତ୍କଳ ଜନନୀ ବୀରପ୍ରସବିନୀ ହୋଇ ମଧ୍ୟ ଆଜି ଅବହେଳାରେ ଧୂଳିରେ ପଡ଼ିଛି।

  • ପୂର୍ବପୁରୁଷଙ୍କ ଗୌରବକୁ ବିସ୍ମରଣ କରିବା ଏକ ମହାପାପ ଅଟେ।

  • ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

  • କବିତାଟିର ପ୍ରତ୍ୟେକ ପାଦରେ ଚଉଦ ଗୋଟି ଅକ୍ଷର ରହିଛି।

  • ସୌରମାସ ସଂକ୍ରାନ୍ତିଠାରୁ ଏବଂ ଚାନ୍ଦ୍ରମାସ ପୂର୍ଣ୍ଣିମାଠାରୁ ଗଣନା କରାଯାଇଥାଏ।

  • ଚନ୍ଦ୍ର ପୃଥିବୀ ଚାରିପାଖରେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ।

  • ପନ୍ଦରଟି ତିଥିକୁ ନେଇ ଏକ ପକ୍ଷ ଏବଂ ଦୁଇଟି ପକ୍ଷରେ ଏକ ମାସ ହୁଏ।

  • ଚନ୍ଦ୍ରର ନିଜସ୍ୱ ଆଲୋକ ନାହିଁ ଏବଂ ପୃଥିବୀର ଛାୟା ପଡ଼ିବା ଦ୍ୱାରା ଚନ୍ଦ୍ରକଳା ସୃଷ୍ଟି ହୁଏ।