• ‘ମାଡ଼ହାଣ୍ଡି କଥା’ ଲୋକଗଳ୍ପଟି ବିଶିଷ୍ଟ ସାହିତ୍ୟିକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ରଚିତ ‘ଉତ୍କଳକାହାଣୀ’ ପୁସ୍ତକରୁ ସଂଗୃହୀତ ହୋଇଛି ।

  • ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସଂକଳିତ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’କୁ ଓଡ଼ିଆ ଭାଷାର କଳାକୋଣାର୍କ ବୋଲି କୁହାଯାଏ ।

  • ଚକୁଳିଆ ପଣ୍ଡା ନିତି ଗାଁରୁ ଭିକ ମାଗି ଆଣି ନିଜ ବୃଦ୍ଧା ମାଆ ସହିତ ଚଳୁଥିଲା ।

  • ଦିନେ ଭିକ ନ ପାଇ ପିଲାଙ୍କଠାରୁ ମାଡ଼ ଖାଇ ଅପମାନରେ ଚକୁଳିଆ ପଣ୍ଡା ପଦ୍ମପୋଖରୀ କୂଳରେ ପହଞ୍ଚିଲା ।

  • ଭୋକ ଶୋଷରେ ଆତୁର ହୋଇ ପଣ୍ଡା ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ନାମ ଧରି ପୋଖରୀରୁ ପାଣି ପିଉଥିଲା ।

  • ଚକୁଳିଆ ପଣ୍ଡାର ଦୁଃଖ ଦେଖି ଗଙ୍ଗାମାତା ଦୟାପରବଶ ହୋଇ ତାକୁ ଏକ ସୁସ୍ୱାଦୁ ଖାଦ୍ୟଭରା ହାଣ୍ଡି ପ୍ରଦାନ କଲେ ।

  • ମାଗଣାରେ ସୁସ୍ୱାଦୁ ଖାଦ୍ୟ ପାଇବା ପରେ ମାଆ ଓ ପୁଅ କାମଧନ୍ଦା ଛାଡ଼ି ସମ୍ପୂର୍ଣ୍ଣ ଅଳସୁଆ ହୋଇଗଲେ ।

  • ମାଆପୁଅଙ୍କ ଅଳସୁଆମି ଦୂର କରି ସେମାନଙ୍କୁ କର୍ମଠ କରିବା ପାଇଁ ଗଙ୍ଗାମାତା ମାଡ଼ରେ ପୂର୍ଣ୍ଣ ଏକ ହାଣ୍ଡି ପଠାଇଲେ ।

  • ଚକୁଳିଆ ପଣ୍ଡା ହାଣ୍ଡି ଖୋଲିବା ମାତ୍ରେ ଅଦୃଶ୍ୟ ମାଡ଼ ବୃଷ୍ଟି ହେଲା ଏବଂ ଢାଙ୍କୁଣି ଘୋଡ଼ାଇବାରୁ ମାଡ଼ ବନ୍ଦ ହେଲା ।

  • ପଣ୍ଡା ସେହି ହାଣ୍ଡିକୁ ଘରକୁ ଆଣି ଶିକାରେ ରଖିବାରୁ ତା’ ମାଆ ମଧ୍ୟ ଖୋଲି ପ୍ରବଳ ମାଡ଼ ଖାଇଲା ।

  • ବୁଢ଼ୀ ମାଆଟି ମାଡ଼ହାଣ୍ଡିକୁ ନେଇ ନିଜ ଘରର ବାଡ଼ିପଟ ଖତଗଦା ଉପରେ ରଖିଦେଲା ।

  • ବାଡ଼ିପଟେ ଚୋରି ଧନ ବାଣ୍ଟୁଥିବା ଚୋରମାନେ ହାଣ୍ଡି ଖୋଲି ମାଡ଼ ଖାଇ ସିନ୍ଦୁକ ଛାଡ଼ି ପଳାଇଗଲେ ।

  • ଚୋରମାନେ ଛାଡ଼ି ଯାଇଥିବା ଧନରତ୍ନଭରା ସିନ୍ଦୁକଟି ପାଇ ବୁଢ଼ୀ ମାଆ ଅତ୍ୟନ୍ତ ଖୁସି ହୋଇଗଲା ।

  • ଏହି ଘଟଣା ପରେ ମାଆ ଓ ପୁଅ ନିଜ ଭୁଲ୍ ବୁଝିପାରି ପ୍ରତିଦିନ ସକାଳେ କାମ କରିବାକୁ ବାହାରିଲେ ।

  • ବାକ୍ୟରେ ଥିବା ଯେଉଁ ପଦର କ୍ରିୟାପଦ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଥାଏ, ତାହାକୁ କାରକ ପଦ କୁହାଯାଏ ।