• ସମୁଦ୍ରରୁ ଉଠୁଥିବା ବାଷ୍ପ ବାଦଲ ହୋଇ ବର୍ଷା ରୂପରେ ଭୂପୃଷ୍ଠକୁ ଫେରିବା ଏବଂ ପୁଣି ସମୁଦ୍ରରେ ମିଶିବାର ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ ।

  • ପାଇପ୍‌ଲାଇନରେ ମୋଟର ଲଗାଇ ପାଣି ଟାଣିବା ଦ୍ୱାରା ଅନ୍ୟମାନଙ୍କ ଅଧିକାର କ୍ଷୁଣ୍ଣ ହୁଏ ଏବଂ ଜଳର ଅଭାବ ବୃଦ୍ଧି ପାଏ ।

  • ଗ୍ରୀଷ୍ମଋତୁରେ ପାଣିର ଅଭାବ ହେତୁ ଗାଁ ଓ ସହରମାନଙ୍କରେ ଦୁର୍ଭିକ୍ଷ ଭଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥାଏ ।

  • ବର୍ଷାଋତୁରେ ଅତ୍ୟଧିକ ଜଳପ୍ରବାହ ଯୋଗୁଁ ରାସ୍ତାଘାଟ ବୁଡ଼ିଯାଇ ଦେଶର ବିଭିନ୍ନ ଭାଗରେ ବନ୍ୟା ପରିସ୍ଥିତି ଉପୁଜିଥାଏ ।

  • ପାଣିର ଅତ୍ୟଧିକ ଅଭାବ କିମ୍ବା ଆବଶ୍ୟକତାଠାରୁ ଅଧିକ ହେବା କାରଣରୁ ଦୁର୍ଭିକ୍ଷ ଓ ବନ୍ୟାକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ କୁହାଯାଇଛି ।

  • ପ୍ରକୃତି ବର୍ଷାଋତୁରେ ପୃଥିବୀ ରୂପକ ବିରାଟ ସରାଘଡ଼ିରେ ପ୍ରଚୁର ପରିମାଣର ମୂଲ୍ୟବାନ ଜଳ ସଞ୍ଚୟ କରିଥାଏ ।

  • ଗାଁ ଓ ସହରର ପୋଖରୀ ତଥା ହ୍ରଦଗୁଡ଼ିକ ମାଟିତଳେ ଥିବା ଭୂଜଳଭଣ୍ଡାରକୁ ସମୃଦ୍ଧ କରିବାରେ ପ୍ରମୁଖ ସାହାଯ୍ୟ କରନ୍ତି ।

  • ଭୂମି ଲୋଭରେ ପୋଖରୀଗୁଡ଼ିକୁ ଅଳିଆରେ ପୋତି ଘରଦ୍ୱାର ନିର୍ମାଣ କରିବା ଦ୍ୱାରା ଭୂତଳ ଜଳସ୍ତର ହ୍ରାସ ପାଉଛି ।

  • ଜଳାଶୟଗୁଡ଼ିକ ନଷ୍ଟ ହେବା ଫଳରେ ଗ୍ରୀଷ୍ମଋତୁରେ ନଳକୂଅ ଶୁଖିଯାଉଛି ଏବଂ ବର୍ଷାଋତୁରେ ବନ୍ୟା ଜଳରେ ଘରଦ୍ୱାର ବୁଡ଼ିଯାଉଛି ।

  • ଦୁର୍ଭିକ୍ଷ ଓ ବନ୍ୟାରୁ ରକ୍ଷା ପାଇବା ପାଇଁ ଆଖପାଖର ନଦୀ, ପୋଖରୀ ଓ ପ୍ରାକୃତିକ ଜଳସ୍ରୋତର ସୁରକ୍ଷା କରିବା ନିହାତି ଜରୁରୀ ।

  • ବର୍ଷାଜଳକୁ ନଷ୍ଟ ନକରି ସାଇତି ରଖି ନିଜର ବ୍ୟବହାର ଉପଯୋଗୀ କରିବା ପ୍ରଣାଳୀକୁ ବର୍ଷାଜଳ ସଂଗ୍ରହ କୁହାଯାଏ ।

  • “ଜଳ ଯେଉଁଠି ପଡ଼ୁଛି ସେଠାରେ ଏକାଠି କର” ହେଉଛି ବର୍ଷାଜଳ ସଂଗ୍ରହ ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ।

  • ଘରର ଛାତ ଉପରେ ଏକତ୍ରିତ ବର୍ଷାଜଳକୁ ପାଇପ୍ ସାହାଯ୍ୟରେ ଟାଙ୍କିରେ ସଂଗ୍ରହ କରି ଛାଣି ବ୍ୟବହାର କରାଯାଇପାରେ ।

  • ‘ପାଣିରେ ପାଣି’ ପ୍ରବନ୍ଧର ମୂଳ ଲେଖକ ହେଉଛନ୍ତି ପ୍ରସିଦ୍ଧ ପରିବେଶବିତ୍ ତଥା ‘ଆଜ ଭୀ ଖରେ ହୈ ତାଲାବ’ ପୁସ୍ତକର ରଚୟିତା ଅନୁପମ ମିଶ୍ର ।

  • ପୂର୍ବକାଳରେ ଲୋକମାନେ ସମାଜ ପ୍ରତି କୃତଜ୍ଞତା ଜଣାଇ ବହୁ ସଂଖ୍ୟାରେ ପୋଖରୀ ତିଆରି କରି ଜଳ ସଂରକ୍ଷଣ କରୁଥିଲେ ।