କଟକର ପ୍ରସିଦ୍ଧ ତାରକସି ଶିଳ୍ପ ରୁପାର କେଉଁ ଗୁଣ ଉପରେ ଆଧାରିତ ?
ଦୁଇଟି ନରମ ଧାତୁର ନାମ ଲେଖ ଯାହାକୁ ଛୁରୀ ସାହାଯ୍ୟରେ ସହଜରେ କଟାଯାଇପାରେ ।
ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ମିଳୁଥିବା ଧାତୁଟିର ନାମ କ’ଣ ଏବଂ ଏହାର ଗୋଟିଏ ବ୍ୟବହାର ଲେଖ ।
ଧାତୁର ନିନାଦତା ଗୁଣ କହିଲେ କ’ଣ ବୁଝାଏ ?
ଧାତୁର ତନ୍ୟତା ଗୁଣ କ’ଣ ?
ନମନୀୟତା କହିଲେ କ’ଣ ବୁଝାଏ ?
ଧାତବ ଔଜ୍ଜଲ୍ୟ କାହାକୁ କୁହାଯାଏ ?
ଫସଫରସ୍ ଅଧାତୁକୁ ଜଳରେ କାହିଁକି ସଂରକ୍ଷିତ କରି ରଖାଯାଏ ?
ଧାତବ ଅକ୍ସାଇଡ୍ ଏବଂ ଅଧାତବ ଅକ୍ସାଇଡ୍ର ପ୍ରକୃତି ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ କ’ଣ ?
ସୋଡିୟମ୍ ଧାତୁକୁ କିରୋସିନ୍ ମଧ୍ୟରେ କାହିଁକି ବୁଡ଼ାଇ ରଖାଯାଏ ?
ଗାଲ୍ଭାନାଇଜେସନ୍ କାହାକୁ କୁହାଯାଏ ଏବଂ ଏହା କାହିଁକି କରାଯାଏ ?
ଧାତୁର ସଂକ୍ଷାରଣ କହିଲେ କ’ଣ ବୁଝାଏ ? ଏହାର ଗୋଟିଏ ଉଦାହରଣ ଦିଅ ।
ଲୁହାରେ କଳଙ୍କି ଧରିବା କାହାକୁ କହନ୍ତି ଏବଂ ଏଥିପାଇଁ କେଉଁ କେଉଁ ଉପାଦାନ ଆବଶ୍ୟକ ?
ରୋଷେଇ ପାଇଁ ବ୍ୟବହୃତ ରନ୍ଧନ ପାତ୍ରଗୁଡ଼ିକ ଧାତୁରେ ଏବଂ ସେଗୁଡ଼ିକର ବେଣ୍ଟ କାଠରେ କାହିଁକି ତିଆରି ହୋଇଥାଏ ?
ମିଶ୍ରଧାତୁ ଷ୍ଟିଲ୍ କେଉଁ କେଉଁ ପଦାର୍ଥର ମିଶ୍ରଣରେ ଗଠିତ ଏବଂ ଏହାର ଏକ ବ୍ୟବହାର ଉଲ୍ଲେଖ କର ।
ଧାତୁର ତାପ ଓ ବିଦ୍ୟୁତ୍ ପରିବହନ କ୍ଷମତା କହିଲେ କ’ଣ ବୁଝାଏ ? ଏହି ଗୁଣଗୁଡ଼ିକ ଆଧାରରେ ରନ୍ଧନ ପାତ୍ର ଏବଂ ବିଦ୍ୟୁତ୍ ଉପକରଣ କିପରି ପ୍ରସ୍ତୁତ କରାଯାଏ ବୁଝାଅ ।
ଦୈନନ୍ଦିନ ଜୀବନରେ ଏବଂ ସଜୀବ ଜଗତ ପାଇଁ ଅଧାତୁଗୁଡ଼ିକ କାହିଁକି ଅତ୍ୟାବଶ୍ୟକ ? ବିଭିନ୍ନ ଅଧାତୁର ନାମ ଓ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ବ୍ୟବହାର ଲେଖ ।
ଧାତୁର ନମନୀୟତା ଓ ତନ୍ୟତା ଗୁଣ କହିଲେ କ’ଣ ବୁଝାଏ ? ଦୈନନ୍ଦିନ ଜୀବନରେ ଏହି ଗୁଣଗୁଡ଼ିକର ଉପଯୋଗିତା ଉଦାହରଣ ସହ ବୁଝାଅ ।
ଅମ୍ଳଜାନ ସହିତ ଧାତୁ ଓ ଅଧାତୁର ପ୍ରତିକ୍ରିୟାକୁ ପରୀକ୍ଷଣ ସାହାଯ୍ୟରେ ବୁଝାଅ । ଉଭୟଙ୍କ ଅକ୍ସାଇଡ୍ର ପ୍ରକୃତି କିପରି ଭିନ୍ନ ତାହା ଶବ୍ଦ ସମୀକରଣ ଏବଂ ଲିଟ୍ମସ ପରୀକ୍ଷା ମାଧ୍ୟମରେ ସ୍ପଷ୍ଟ କର ।
ଲୁହାରେ କଳଙ୍କି ଲାଗିବା ପାଇଁ ଆର୍ଦ୍ର ବାୟୁ ଦାୟୀ ତାହା ଏକ ପରୀକ୍ଷଣ ସାହାଯ୍ୟରେ ବୁଝାଅ । ସଂକ୍ଷାରଣ କାହାକୁ କହନ୍ତି ଏବଂ କଳଙ୍କି ପ୍ରତିରୋଧ କରିବାର ବିଭିନ୍ନ ଉପାୟ ବର୍ଣ୍ଣନା କର ।
ଧାତୁ ଏବଂ ଅଧାତୁ ମଧ୍ୟରେ ଥିବା ପ୍ରମୁଖ ଭୌତିକ ଗୁଣଗୁଡ଼ିକୁ ବିସ୍ତୃତ ଭାବରେ ଆଲୋଚନା କରି ଉଭୟଙ୍କ ମଧ୍ୟରେ ତୁଳନାତ୍ମକ ପାର୍ଥକ୍ୟ ଦର୍ଶାଅ । କେତେକ ବ୍ୟତିକ୍ରମ ଧାତୁର ଉଦାହରଣ ଦିଅ ।