ତୃତୀୟ ପାନିପଥ ଯୁଦ୍ଧ କେଉଁ ବର୍ଷ ସଂଗଠିତ ହୋଇଥିଲା?
ତାଞ୍ଜାବୁରର ମରାଠା ଶାସକ ସେରଫୋଜୀ ଦ୍ଵିତୀୟ ଚିକିତ୍ସା କ୍ଷେତ୍ରରେ କେଉଁ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ?
ରାଣୀ ଅହଲ୍ୟାବାଈ ହୋଲକାର କେଉଁ ପ୍ରସିଦ୍ଧ ମନ୍ଦିରଗୁଡ଼ିକର ପୁନଃନିର୍ମାଣ କରାଇଥିଲେ?
ମରାଠା ଶାସନରେ ସହରଗୁଡ଼ିକର ଆଇନ ଶୃଙ୍ଖଳା କିଏ ତଦାରଖ କରୁଥିଲେ?
ଶିବାଜୀଙ୍କର ରାଜ୍ୟାଭିଷେକ କେଉଁ ବର୍ଷ ଓ କେଉଁ ଦୁର୍ଗରେ ହୋଇଥିଲା?
ଲକ୍ଷ୍ୟଭେଦୀ ଆକ୍ରମଣ କାହାକୁ କୁହାଯାଏ?
ଶିବାଜୀ କେଉଁ ଅସ୍ତ୍ର ସାହାଯ୍ୟରେ ବିଜାପୁରର ସେନାପତି ଆଫଜଲ୍ ଖାଁଙ୍କୁ ହତ୍ୟା କରିଥିଲେ?
ଶିବାଜୀ କେଉଁ ବର୍ଷ ଏବଂ କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ?
ମରାଠା କାହାକୁ କୁହାଯାଏ?
ମୋଗଲମାନଙ୍କ ବିରୁଦ୍ଧରେ ରାଣୀ ତାରାବାଈ କିପରି ନେତୃତ୍ୱ ନେଇଥିଲେ?
ଶିବାଜୀ ପ୍ରଣୟନ କରିଥିବା ‘ରାଜ୍ୟ-ବ୍ୟବହାର କୋଷ’ ଗ୍ରନ୍ଥର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା?
ମରାଠା ଶାସନରେ ଦୁର୍ଗଗୁଡ଼ିକ କାହିଁକି ଗୁରୁତ୍ୱପୂର୍ଣ୍ଣ ଥିଲା?
ମରାଠା ଅଶ୍ୱାରୋହୀ ବାହିନୀରେ ବର୍ଗୀ ଓ ଶିଲାଦାର ମଧ୍ୟରେ ପାର୍ଥକ୍ୟ କ’ଣ ଥିଲା?
ଚୌଥ ଏବଂ ସରଦେଶମୁଖୀ କର କହିଲେ କ’ଣ ବୁଝାଏ?
‘ଅଷ୍ଟ ପ୍ରଧାନ ମଣ୍ଡଳ’ କ’ଣ ଥିଲା?
ଶିବାଜୀ ରାଜ୍ୟାଭିଷେକ ପରେ କେଉଁ ପଦବୀ ଗ୍ରହଣ କରିଥିଲେ ଓ କେଉଁ ନୂତନ ଅବ୍ଦ ପ୍ରଚଳନ କରିଥିଲେ?
ଶିବାଜୀ ଆଗ୍ରାରେ କିପରି ବନ୍ଦୀ ହେଲେ ଏବଂ କିପରି ସେଠାରୁ ଖସି ଆସିଥିଲେ?
ପୁରନ୍ଦର ଚୁକ୍ତି କେବେ ଏବଂ କାହା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା?
ଗରିଲା ଯୁଦ୍ଧ କୌଶଳ କ’ଣ?
ଜାଗିର କହିଲେ କ’ଣ ବୁଝାଏ?
ତାଞ୍ଜାବୁରରେ ମରାଠା ଶାସକମାନଙ୍କର ସାଂସ୍କୃତିକ, ଶିକ୍ଷାଗତ ଏବଂ ଚିକିତ୍ସା କ୍ଷେତ୍ରରେ ଅବଦାନ ସମ୍ପର୍କରେ ବର୍ଣ୍ଣନା କର।
ମରାଠା ଇତିହାସରେ ମହାରାଣୀ ତାରାବାଈ ଏବଂ ଅହଲ୍ୟାବାଈ ହୋଲକାରଙ୍କ ଅବଦାନ ଆଲୋଚନା କର।
ମରାଠା ନୌବାହିନୀ ଗଠନ ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଏହାର ଭୂମିକା ଆଲୋଚନା କର।
ମରାଠା ସାମରିକ ବ୍ୟବସ୍ଥାରେ ଦୁର୍ଗ ଏବଂ ‘ଗରିଲା’ ଯୁଦ୍ଧ କୌଶଳର ଭୂମିକା ବର୍ଣ୍ଣନା କର।
ଶିବାଜୀଙ୍କ ପରେ ମରାଠା ସାମ୍ରାଜ୍ୟର ବିସ୍ତାର ତଥା ପେଶୱାମାନଙ୍କ ଭୂମିକା ବିସ୍ତୃତ ଭାବରେ ଆଲୋଚନା କର।
ଛତ୍ରପତି ଶିବାଜୀଙ୍କ ଶାସନ ପ୍ରଣାଳୀ ଓ ସାଧାରଣ ପ୍ରଶାସନର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର।