୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ କୋରାପୁଟର କେଉଁଠାରେ ଐତିହାସିକ ଗୁଳିକାଣ୍ଡ ଘଟିଥିଲା?
ସନ୍ନ୍ୟାସୀ-ଫକୀର ବିଦ୍ରୋହ ପୃଷ୍ଠଭୂମିରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ କେଉଁ ପ୍ରସିଦ୍ଧ ଉପନ୍ୟାସ ରଚନା କରିଥିଲେ?
ଭାରତରେ ରେଳପଥ ବିକାଶ ପଛରେ ଇଂରେଜମାନଙ୍କର ପ୍ରକୃତ ଉଦ୍ଦେଶ୍ୟ କ'ଣ ଥିଲା?
ଦାଦାଭାଇ ନାରୋଜୀ ଭାରତର ସମ୍ପତ୍ତି ଶୋଷଣ ସମ୍ପର୍କରେ କେଉଁ ପୁସ୍ତକ ରଚନା କରିଥିଲେ?
କେଉଁ ଶାସକ ପ୍ରଥମେ ବ୍ରିଟିଶମାନଙ୍କ 'ସାମନ୍ତ ସନ୍ଧି' ଗ୍ରହଣ କରିଥିଲେ?
ପଲାସୀ ଯୁଦ୍ଧ କେବେ ଏବଂ କାହା କାହା ମଧ୍ୟରେ ସଂଘଠିତ ହୋଇଥିଲା?
ଫରାସୀ ଗଭର୍ଣ୍ଣର ଜେନେରାଲ ଡୁପ୍ଲେକ୍ସ ଭାରତରେ କେଉଁ ସାମରିକ କୌଶଳ ପ୍ରୟୋଗ କରିଥିଲେ?
କୋଲାଚେଲ୍ ଯୁଦ୍ଧ କେବେ ଏବଂ କାହା କାହା ମଧ୍ୟରେ ସଂଗଠିତ ହୋଇଥିଲା?
କେଉଁ ପର୍ତ୍ତୁଗୀଜ ନାବିକ କେବେ ଏବଂ କେଉଁ ସ୍ଥାନରେ ପ୍ରଥମେ ଭାରତରେ ପଦାର୍ପଣ କରିଥିଲେ?
ଉପନିବେଶବାଦ କହିଲେ କ'ଣ ବୁଝାଏ?
୧୮୫୭ ମସିହାର ମହାନ ବିଦ୍ରୋହର ପ୍ରତ୍ୟକ୍ଷ ବା ତାତ୍କାଳିକ କାରଣ କ'ଣ ଥିଲା?
ଓଡ଼ିଶାରେ ୧୮୧୭ ମସିହାର ପାଇକ ବିଦ୍ରୋହର ଦୁଇଟି ପ୍ରମୁଖ କାରଣ ଲେଖ।
୧୮୫୫-୧୮୫୬ ମସିହାର ସାନ୍ତାଳ ସଂଗ୍ରାମ କାହିଁକି ହୋଇଥିଲା ଏବଂ ଏହାର ନେତୃତ୍ୱ କିଏ ନେଇଥିଲେ?
୧୮୩୫ ମସିହାରେ ଥୋମାସ୍ ମାକଲେଙ୍କ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା?
ବ୍ରିଟିଶ ଅର୍ଥନୈତିକ ନୀତି କିପରି ଭାରତୀୟ ବୟନ ଶିଳ୍ପକୁ ଧ୍ୱଂସ କରିଥିଲା?
୧୭୭୦ ମସିହାର ବଙ୍ଗଳା ମହାଦୁର୍ଭିକ୍ଷର ଭୟାବହତା ପାଇଁ କମ୍ପାନୀର କେଉଁ ନୀତି ଦାୟୀ ଥିଲା?
'ସାମନ୍ତ ସନ୍ଧି' ବ୍ୟବସ୍ଥା କିପରି ଦେଶୀୟ ରାଜ୍ୟମାନଙ୍କୁ ପରାଧୀନ କରିଥିଲା?
ବ୍ରିଟିଶମାନଙ୍କ 'ରାଜସ୍ୱତ୍ୱ ଲୋପ ନୀତି'ର ମୁଖ୍ୟ ନିୟମ କ'ଣ ଥିଲା?
ରାଣୀ ଅବ୍ବକ୍କା ଦେବୀ ପ୍ରଥମ କିପରି ପର୍ତ୍ତୁଗୀଜମାନଙ୍କ ପ୍ରୟାସକୁ ବିଫଳ କରିଥିଲେ?
ପର୍ତ୍ତୁଗୀଜମାନଙ୍କ ଦ୍ୱାରା ପ୍ରଚଳିତ 'କାର୍ଭାଜ' ବ୍ୟବସ୍ଥା କ'ଣ ଥିଲା?
୧୮୫୭ ମସିହାର ମହାନ ସଂଗ୍ରାମର ପ୍ରମୁଖ କାରଣ ଏବଂ ଏହାର ଐତିହାସିକ ଫଳାଫଳ ବିଷୟରେ ବର୍ଣ୍ଣନା କର।
୧୮୩୫ ମସିହାରେ ପ୍ରଣୀତ ମାକଲେଙ୍କ ଶିକ୍ଷାନୀତିର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏହାର ପ୍ରଭାବ ସମ୍ପର୍କରେ ଲେଖ।
ଔପନିବେଶିକ ଶାସନ କାଳରେ ଭାରତର ପାରମ୍ପରିକ ବୟନ ଶିଳ୍ପ ତଥା ହସ୍ତଶିଳ୍ପର ଅବନତି କିପରି ଘଟିଥିଲା ? ଆଲୋଚନା କର।
ଭାରତରେ ଇଂରେଜମାନଙ୍କ ଆଞ୍ଚଳିକ ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ‘ସାମନ୍ତ ସନ୍ଧି’ ଓ ‘ରାଜସ୍ୱତ୍ୱ ଲୋପ ନୀତି’ କିପରି ସହାୟକ ହୋଇଥିଲା ? ବୁଝାଇ ଲେଖ।
ବ୍ରିଟିଶ ଔପନିବେଶିକ ଶାସନ କିପରି ଭାରତରୁ ବିପୁଳ ସମ୍ପତ୍ତି ଶୋଷଣ କରିଥିଲା ଏବଂ ଏହାର ଫଳସ୍ୱରୂପ ଦେଶରେ କିପରି ବିନାଶକାରୀ ଦୁର୍ଭିକ୍ଷ ସୃଷ୍ଟି ହୋଇଥିଲା ? ବିସ୍ତୃତ ଆଲୋଚନା କର।
ଓଡ଼ିଶାରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହର ପୃଷ୍ଠଭୂମି, ମୁଖ୍ୟ କାରଣ, ଘଟଣାପ୍ରବାହ ଏବଂ ଫଳାଫଳ ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କର।