1

‘ସାଗର ଜଳେ’ ଓ ‘ଧରଣୀ ତଳେ’ ପଦର ଶେଷ ଧ୍ୱନି ସମାନ ହୋଇଥିବାରୁ ଏହାକୁ ପୂର୍ଣ୍ଣ ମିତ୍ରାକ୍ଷର କୁହାଯାଏ।

2

‘ଧରଣୀ’ ଶବ୍ଦର ସମାର୍ଥବୋଧକ ଶବ୍ଦ ‘ସାଗର’।

3

କବିତାରେ ଶାନ୍ତି, ମୈତ୍ରୀ, ପ୍ରୀତି ଓ ଅହିଂସାର ମହତ୍ତ୍ୱ ପ୍ରକାଶ ପାଇଛି।

4

କବି ବୀରକିଶୋର ଦାସ କେବଳ ପ୍ରେମଭିତ୍ତିକ କବିତା ରଚନା କରିଥିଲେ।

5

ଧରମା ଜାତି ପାଇଁ ବାର ବରଷ ବୟସରେ ସାଗର ଜଳରେ ପ୍ରାଣ ଦେଇଥିଲା।

6

‘ମୁକ୍ତି ପଥର ସୈନିକ’ ବୋଲି ଗୋପବନ୍ଧୁଙ୍କୁ କୁହାଯାଇଛି।

7

ବକ୍ସି ଜଗବନ୍ଧୁ ଓ ଚନ୍ଦନ ହଜୁରୀ ସ୍ୱାଧୀନତା ସଂଗ୍ରାମ କରି ଅମର ହୋଇଥିଲେ।

8

‘ଆସ ଉତ୍କଳୀୟ’ କବିତାଟି ‘ମୋହନ ବଂଶୀ’ କବିତା ସଂକଳନରୁ ଆନୀତ।

9

ବୀରକିଶୋର ଦାସ ୧୮୯୬ ମସିହା ନଭେମ୍ବର ୨୩ ତାରିଖରେ ପୁନଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

10

କବି ବୀରକିଶୋର ଦାସଙ୍କୁ ଓଡ଼ିଆ ସାହିତ୍ୟରେ ‘ଜାତୀୟ କବି’ ଭାବରେ ପରିଚିତ କରାଯାଏ।