• ବିହଙ୍ଗ ବିପ୍ଳବ ଗଳ୍ପର ରଚୟିତା ମହାପାତ୍ର ନୀଳମଣି ସାହୁ ଅଟନ୍ତି।

  • ହଳଦିବସନ୍ତ ଆମ୍ବଗଛର ଡାଳରେ ତିନିଥର ବସା ବାନ୍ଧିଥିଲା।

  • ବୁଢ଼ା ମାଙ୍କଡ଼ ତିନିଥରଯାକ ହଳଦିବସନ୍ତର ବସା ଭାଙ୍ଗି ଦେଇଥିଲା।

  • ବସନ୍ତ ଋତୁ ସରିଯିବା ପୂର୍ବରୁ ଅଣ୍ଡା ଦେଇ ଛୁଆ ଫୁଟାଇବାକୁ ହଳଦିବସନ୍ତ ଚିନ୍ତିତ ଥିଲା।

  • ନିକଟସ୍ଥ ସମସ୍ତ ଗଛରେ ଅନ୍ୟ ଚଢ଼େଇମାନେ ବସା ବାନ୍ଧି ସାରିଥିଲେ।

  • ଡାମରାକୁଆ ଅତ୍ୟାଚାରର ପ୍ରତିବାଦ କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ କହିଥିଲା।

  • କାଉମାନେ ଅନ୍ୟାୟର ପ୍ରତିରୋଧ ପାଇଁ ଥଣ୍ଟରେ ଖୁମ୍ପିବା ଓ ନଖରେ ବିଦାରିବାକୁ ପଛାନ୍ତି ନାହିଁ।

  • ହଳଦିବସନ୍ତ, ଶାରୀ ଓ କୋଇଲିହେରିକାଙ୍କ ଯୋଗୁଁ ପକ୍ଷୀଜାତିର ସଭ୍ୟତା ଓ ସଂସ୍କୃତି ବଞ୍ଚିଛି।

  • ଗଙ୍ଗେଇ ପୋଖରୀ ଶୁଖିଯିବାରୁ ଖାଦ୍ୟାଭାବ ବଢ଼ିଥିବା କଥା କହିଥିଲା।

  • ବଗ କଳା ଓ ଅନ୍ୟ ରଙ୍ଗର ଚଢ଼େଇମାନଙ୍କୁ ଘୃଣା କରୁଥିବା ଅହଙ୍କାରୀ ପକ୍ଷୀ ଥିଲା।

  • ବଗ ହଳଦିବସନ୍ତ ଓ କୋଇଲିଙ୍କୁ ବିଦେଶୀ ବୋଲି ଅପବାଦ ଦେଇଥିଲା।

  • ହଳଦିବସନ୍ତ ସମଗ୍ର ବସୁଧାକୁ ନିଜର ଜନ୍ମଭୂମି ଭାବି ସମସ୍ତଙ୍କୁ ନିଜର ମନେ କରୁଥିଲା।

  • କଜଳପାତି ପକ୍ଷୀସମାଜରେ ମଧ୍ୟସ୍ଥତା କରି କଳିତକରାଳ ମେଣ୍ଟାଇ ଦେଉଥିଲା।

  • ବୁଢ଼ା ମାଙ୍କଡ଼ ନିଜକୁ ବଳଶାଳୀ ଭାବି ଯାହା ଇଚ୍ଛା ତାହା କରିବାକୁ ନ୍ୟାୟସଙ୍ଗତ ମନେ କରୁଥିଲା।

  • କଜଳପାତିର ବୁଝାଇବାରେ ମାଙ୍କଡ଼ ନ ମାନିବାରୁ ମାମଲା ରାଜାଙ୍କ ଦରବାରକୁ ଗଲା।

  • ରାଜଦରବାରରେ କାଉ ହଳଦିବସନ୍ତ ପକ୍ଷରେ ଓକିଲାତି କରି ମାଙ୍କଡ଼କୁ ଦୋଷୀ ପ୍ରମାଣ କରିଥିଲା।

  • ପ୍ରଥମେ ଭଲ୍ଲୁକ ମହାରାଜ ମାଙ୍କଡ଼କୁ ଦୋଷୀ କହି କଠିନ ଦଣ୍ଡ ଦେବାକୁ ରାୟ ଦେଇଥିଲେ।

  • ଲାଞ୍ଚସ୍ୱରୂପ ପାତିଲା ପଣସ ପାଇ ରାଜା ନିଜର ରାୟ ବଦଳାଇ ହଳଦିବସନ୍ତକୁ ଦୋଷୀ କହିଥିଲେ।

  • ଘରଚଟିଆ ରାଜସିଂହାସନ ପଛରେ ରଖାଯାଇଥିବା ପଣସ ଦେଖି ଲାଞ୍ଚର ସତ୍ୟ ପ୍ରକାଶ କରିଥିଲା।

  • ପକ୍ଷୀମାନେ ଏକତ୍ରିତ ହୋଇ ଲାଞ୍ଚୁଆ ରାଜା ଓ ମନ୍ତ୍ରୀଙ୍କୁ ଆକ୍ରମଣ କରି ସିଂହାସନରୁ ତଡ଼ିବାକୁ ସ୍ଥିର କଲେ।