‘ଡମକଚ୍’ ପାଠଟି କେଉଁ ଭ୍ରମଣକାହାଣୀରୁ ଆନୀତ?
ଅଙ୍ଗନାଇ ଗୀତରେ କେଉଁ ଦେବତାଙ୍କର ନାମ ଉଲ୍ଲେଖ ହୋଇଛି?
ଜିତିଆ ପର୍ବରେ ଅଶ୍ୱତ୍ଥ ଡାଳକୁ ଘେରି କ’ଣ ହୁଏ?
ଜିତିଆ ପର୍ବରେ କରମା ଗଛର ଡାଳ ବଦଳରେ କେଉଁ ଗଛର ଡାଳ ପୂଜା କରାଯାଏ?
କରମା ପର୍ବରେ କେଉଁ ଗଛର ଡାଳ ପୋତାଯାଏ?
କରମା ପୂଜାସ୍ଥଳୀକୁ କେତେଥର ପରିକ୍ରମା କରାଯାଏ?
ଦୂତିଆ ଓଷା କିଏ କାହାର ମଙ୍ଗଳ ପାଇଁ ପାଳନ କରେ?
ଜିତିଆ ପର୍ବ କେଉଁ ମାସରେ ପଡ଼େ?
‘ଡମକଚ୍’ ନୃତ୍ୟ କେଉଁ ସମୟରେ ହୁଏ?
ରାଞ୍ଚିର ଲୋକସଙ୍ଗୀତ ଲେଖକଙ୍କୁ କେଉଁ ଗୀତ ପରି ଲାଗିଥିଲା?
‘ସାଦ୍ରି’ ଭାଷା କେଉଁ ଦୁଇଟି ଭାଷାର ମିଶ୍ରଣରେ ସୃଷ୍ଟି ହୋଇଛି?
ଶାନ୍ତନୁ କୁମାର ଆଚାର୍ଯ୍ୟ କେଉଁ କେଉଁ ପ୍ରକାରର ସାହିତ୍ୟ ରଚନା କରିଛନ୍ତି?
ଭାଦ୍ରବ ଶୁକ୍ଳ ଏକାଦଶୀଠାରୁ କେଉଁ କେଉଁ ନୃତ୍ୟଗୀତର ଆସର ଜମେ?
ଋତୁ ଓ ସମୟ ଅନୁସାରେ ଭିନ୍ନ ନୃତ୍ୟ ଓ ସଙ୍ଗୀତ ହେବା ବିଷୟରେ ଲେଖକ କ’ଣ ଅନୁଭବ କରିଥିଲେ?
ଲେଖକ କାହିଁକି ମନ ପବିତ୍ର ଓ ହୃଦୟ ବିଗଳିତ ହୋଇଥିବା କହିଛନ୍ତି?
ମାଦଲର ଶବ୍ଦ ବିଷୟରେ ଲେଖକ କ’ଣ କହିଛନ୍ତି?
‘ଜାୱା’କୁ ସ୍ତ୍ରୀଲୋକମାନେ କିପରି ବ୍ୟବହାର କରନ୍ତି?
‘ଜାୱା’ କିପରି ପ୍ରସ୍ତୁତ କରାଯାଏ?
କରମା ପର୍ବ କାହାର ମଙ୍ଗଳ କାମନା ପାଇଁ ପାଳନ କରାଯାଏ?
‘ଡମକଚ୍’ ପାଠରେ ଜାୱାର ପ୍ରସ୍ତୁତି, ସଜାଣା ଓ ବ୍ୟବହାର ବିଷୟରେ ବିସ୍ତାରରେ ଲେଖ।
‘ଡମକଚ୍’ ପାଠରେ ରାଞ୍ଚି ଅଞ୍ଚଳର ଲୋକନୃତ୍ୟ ଓ ଲୋକସଙ୍ଗୀତ ସମ୍ପର୍କରେ ଅଧ୍ୟାପକ ରଥ ଲେଖକଙ୍କୁ କ’ଣ କହିଥିଲେ ?
‘ଡମକଚ୍’ ଭ୍ରମଣକାହାଣୀରେ ଲେଖକଙ୍କ ଅନୁଭୂତି, ଲୋକସଂସ୍କୃତି ପ୍ରତି ଆଗ୍ରହ ଓ ପ୍ରକୃତି ସହିତ ଲୋକଜୀବନର ସମ୍ପର୍କ କିପରି ପ୍ରକାଶ ପାଇଛି ?
‘ଡମକଚ୍’ ପାଠର ଶେଷ ଅଂଶରେ ଲେଖକ ଭାରତୀୟ ସଂସ୍କୃତି ସମ୍ପର୍କରେ କେଉଁ ମତ ପ୍ରକାଶ କରିଛନ୍ତି ? ବ୍ୟାଖ୍ୟା କର।
ଜିତିଆ ପର୍ବ ଓ କରମା ପର୍ବ ମଧ୍ୟରେ ଥିବା ସାମ୍ୟ ଓ ପାର୍ଥକ୍ୟଗୁଡ଼ିକ ଲେଖ।
କରମା ପର୍ବର ପାଳନ ପ୍ରଣାଳୀ ଓ ଏହାର ତାତ୍ପର୍ଯ୍ୟ ବର୍ଣ୍ଣନା କର।