• 'ମାତୃଭୂମି' କବିତାଟି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ 'ଅର୍ଘ୍ୟଥାଳି' କବିତା ସଂକଳନରୁ ଆନୀତ।

  • ଏହି କବିତାଟି ୧୯୧୪ ମସିହା ଡିସେମ୍ବର ମାସରେ ପ୍ରଥମ କରି 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶ ପାଇଥିଲା।

  • ସ୍ୱଭାବକବି ଗଙ୍ଗାଧର ମେହେର ୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲ୍ଲାର ବରପାଲିଠାରେ ଜନ୍ମଗ୍ରହଣ କରିଥିଲେ।

  • ବାଳକଟି ଶୈଶବରେ ପଡ଼ୋଶୀ ଘରକୁ ବୁଲିଯାଇ ସେସବୁକୁ ନିଜ ସାଙ୍ଗମାନଙ୍କର ଘର ବୋଲି ଜାଣିଥାଏ।

  • ନିଜ ପଡ଼ାରୁ ଅନ୍ୟ ପଡ଼ାକୁ ଗଲାବେଳେ ବାଳକଟି ପଡ଼ୋଶୀ ପଡ଼ାକୁ ଆପଣାର ବୋଲି ମନେକରେ।

  • ଅନ୍ୟ ଗ୍ରାମକୁ ଗଲାବେଳେ ବାଳକଟି ନିଜ ଗ୍ରାମର ନଦୀ, ପୁଷ୍କରିଣୀ ଓ ବଗିଚାକୁ ଆପଣାର ମଣି ଭଲପାଏ।

  • ଅନ୍ୟ ରାଜ୍ୟରେ ଭ୍ରମଣ କଲାବେଳେ ମଣିଷ ନିଜ ରାଜା ତଥା ରାଜ୍ୟବାସୀଙ୍କ ଶ୍ରେଷ୍ଠପଣର ଗୁଣଗାନ କରିଥାଏ।

  • ନିଜ ରାଜ୍ୟର ସମସ୍ତ ପ୍ରାଣୀ ଓ ପରିବେଶ ଭଲ ଏବଂ ତାହା ହିଁ ସକଳ ସୁଖର ଆକର ବୋଲି ବିବେଚନା କରାଯାଏ।

  • ଦେଶାନ୍ତର ଯିବା ସମୟରେ ମଣିଷ ନିଜ ଜନ୍ମଭୂମି ବା ଦେଶକୁ ସ୍ୱର୍ଗଠାରୁ ମଧ୍ୟ ଅଧିକ ଶ୍ରେଷ୍ଠ ବୋଲି ବୁଝିଥାଏ।

  • ଜ୍ଞାନୋଦୟ ହେଲେ ମଣିଷ ଭଗବାନଙ୍କୁ ସମସ୍ତଙ୍କ ପିତା ଜାଣି ସମଗ୍ର ମାନବ ସମାଜକୁ ସହୋଦର ଭାବେ ଗ୍ରହଣ କରେ।

  • ଯେଉଁ ବ୍ୟକ୍ତି ଯେତେ ଅଧିକ ଲୋକଙ୍କର ଉପକାର କରେ, ସେ ବିଶ୍ୱପତିଙ୍କର ସେତେ ଯୋଗ୍ୟ ସନ୍ତାନ ବିବେଚିତ ହୁଏ।

  • ଏହି କବିତାରେ ମଣିଷର ଚେତନା ନିଜ ଘରଠାରୁ ଆରମ୍ଭ ହୋଇ କ୍ରମଶଃ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ପ୍ରସାରିତ ହୋଇଛି।

  • ଯାହା ହୃଦୟରେ ମାତୃଭୂମି ଓ ମାତୃଭାଷା ପ୍ରତି ମମତା ନାହିଁ, ତାକୁ ଜ୍ଞାନୀ ନୁହେଁ ବରଂ ଅଜ୍ଞାନ ବୋଲି କୁହାଯାଇଛି।

  • ଏହି କବିତାରେ କବି ମାତୃଭୂମି ପ୍ରୀତି ସହିତ ବିଶ୍ୱଭ୍ରାତୃତ୍ୱ ବା 'ବସୁଧୈବ କୁଟୁମ୍ବକମ୍' ଭାବନାର ପ୍ରଚାର କରିଛନ୍ତି।

  • ପାଶ୍ଚାତ୍ୟ ସଭ୍ୟତାର ବାହ୍ୟ ଚାକଚକ୍ୟରେ ପଡ଼ି ନିଜ ଭାଷା ଓ ଜାତିକୁ ହୀନ ମନେ କରୁଥିବା ବ୍ୟକ୍ତିମାନଙ୍କୁ କବି ନିନ୍ଦା କରିଛନ୍ତି।