• ଦୁଇ କିମ୍ବା ଅଧିକ ପଦାର୍ଥ ନିଜର ଗୁଣ ବଜାୟ ରଖି ମିଶ୍ରିତ ହେଲେ ତାହାକୁ ମିଶ୍ରଣ କୁହାଯାଏ ।

  • ଯେଉଁ ମିଶ୍ରଣର ଉପାଦାନଗୁଡ଼ିକୁ ଖାଲି ଆଖିରେ କିମ୍ବା ବର୍ଦ୍ଧକ କାଚ ସାହାଯ୍ୟରେ ଦେଖିହୁଏ, ତାହାକୁ ଅସମତୁଲ ମିଶ୍ରଣ କୁହାଯାଏ ।

  • ସମତୁଲ ମିଶ୍ରଣରେ ସମସ୍ତ ଉପାଦାନ ସମାନ ଭାବରେ ମିଶି ରହିଥାନ୍ତି ଏବଂ ସେଗୁଡ଼ିକୁ ପୃଥକ୍ ଭାବେ ଦେଖିହୁଏ ନାହିଁ ।

  • ଦୁଇ କିମ୍ବା ଅଧିକ ଧାତୁ ଅଥବା ଧାତୁ ଓ ଅଧାତୁର ସମତୁଲ ମିଶ୍ରଣକୁ ମିଶ୍ରଧାତୁ କୁହାଯାଏ ।

  • ବାୟୁ ହେଉଛି ମୁଖ୍ୟତଃ ଯବକ୍ଷାରଜାନ, ଅମ୍ଳଜାନ, ଆର୍ଗନ୍, ଅଙ୍ଗାରକାମ୍ଳ ଏବଂ ଜଳୀୟ ବାଷ୍ପର ଏକ ସମତୁଲ ମିଶ୍ରଣ ।

  • ସ୍ୱଚ୍ଛ ଚୂନପାଣିରେ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରାଇଲେ କ୍ୟାଲସିୟମ୍ କାର୍ବୋନେଟ୍ ସୃଷ୍ଟି ହୋଇ ତାହା ଦୁଧିଆ ରଙ୍ଗ ଧାରଣ କରେ ।

  • ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ସାହାଯ୍ୟରେ ବାୟୁର ପ୍ରଦୂଷଣ ଓ ଗୁଣବତ୍ତା ମପାଯାଇଥାଏ ।

  • ଏକ ପ୍ରକାର କଣିକା ଦ୍ୱାରା ଗଠିତ ଏବଂ ଭୌତିକ ପ୍ରକ୍ରିୟାରେ ଅଲଗା କରାଯାଇ ପାରୁନଥିବା ପଦାର୍ଥକୁ ବିଶୁଦ୍ଧ ପଦାର୍ଥ କୁହାଯାଏ ।

  • ବିଦ୍ୟୁତ୍ ବିଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ଜଳ ବିଘଟିତ ହୋଇ ଉଦ୍‌ଜାନ ଏବଂ ଅମ୍ଳଜାନ ଗ୍ୟାସ୍ ପ୍ରଦାନ କରେ ।

  • ମୌଳିକ ହେଉଛି ପଦାର୍ଥର ସରଳତମ ରୂପ ଯାହାକୁ କୌଣସି ପ୍ରକ୍ରିୟା ଦ୍ୱାରା ଅଧିକ ସରଳ ପଦାର୍ଥରେ ଭଙ୍ଗା ଯାଇପାରିବ ନାହିଁ ।

  • ପ୍ରତ୍ୟେକ ମୌଳିକ ସମାନ ଗୁଣ ବିଶିଷ୍ଟ ଏକା ପ୍ରକାରର ପରମାଣୁ ଦ୍ୱାରା ଗଠିତ ହୋଇଥାଏ ।

  • ବର୍ତ୍ତମାନ ସୁଦ୍ଧା ଜଣାଯାଇଥିବା ୧୧୮ଟି ମୌଳିକ ମଧ୍ୟରୁ ଅଧିକାଂଶ କଠିନ ଅବସ୍ଥାରେ ରହିଛନ୍ତି ।

  • ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥିବା ଦୁଇଟି ମୌଳିକ ହେଉଛି ଧାତୁ ପାରଦ ଏବଂ ଅଧାତୁ ବ୍ରୋମିନ୍ ।

  • ଦୁଇ ବା ତତୋଧିକ ମୌଳିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ଭାବରେ ସଂଯୁକ୍ତ ହୋଇ ଯୌଗିକ ଗଠନ କରନ୍ତି ।

  • ଯୌଗିକର ଧର୍ମ ତାହାକୁ ଗଠନ କରୁଥିବା ମୌଳିକଗୁଡ଼ିକର ମୂଳ ଧର୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ ।

  • ଜଳରେ ଉଦ୍‌ଜାନ ଏବଂ ଅମ୍ଳଜାନ ପରମାଣୁ ସଂଖ୍ୟାର ଅନୁପାତ ସର୍ବଦା ୨:୧ ହୋଇ ରହିଥାଏ ।

  • ଚିନିକୁ ଉତ୍ତପ୍ତ କଲେ ଏହାର ରାସାୟନିକ ବିଘଟନ ଘଟି ଅଙ୍ଗାରକ ଏବଂ ଜଳ ସୃଷ୍ଟି ହୁଏ ।

  • ଲୁହା ଏବଂ ସଲଫରକୁ ଉତ୍ତପ୍ତ କଲେ ଲୌହ ସଲ୍‌ଫାଇଡ୍ ନାମକ ଏକ ନୂତନ ଯୌଗିକ ସୃଷ୍ଟି ହୁଏ ।

  • କାର୍ବନରୁ ନିର୍ମିତ ଗ୍ରାଫିନ୍ ଏରୋଜେଲ୍ ହେଉଛି ପୃଥିବୀର ସବୁଠାରୁ ହାଲୁକା ଏବଂ ଅଧିକ ଶୋଷଣ କ୍ଷମତାସମ୍ପନ୍ନ ପଦାର୍ଥ ।

  • ପୃଥିବୀରୁ ମିଳୁଥିବା ଏକ ନିର୍ଦ୍ଦିଷ୍ଟ ରାସାୟନିକ ଗଠନ ଥିବା ପ୍ରାକୃତିକ କଠିନ ପଦାର୍ଥକୁ ଖଣିଜ କୁହାଯାଏ ।