• ଦୁଇ ବା ତତୋଧିକ ପଦାର୍ଥ ମିଶି ଏକ ସମତୁଲ ମିଶ୍ରଣ ଗଠନ କଲେ ତାହାକୁ ଦ୍ରବଣ କୁହାଯାଏ ।

  • ଦ୍ରବଣରେ ଅଧିକ ପରିମାଣରେ ଥିବା ଉପାଦାନକୁ ଦ୍ରାବକ ଏବଂ କମ୍ ପରିମାଣରେ ଥିବା ଉପାଦାନକୁ ଦ୍ରବ କୁହାଯାଏ ।

  • ବାୟୁ ଏକ ଗ୍ୟାସୀୟ ଦ୍ରବଣ, ଯେଉଁଥିରେ ଯବକ୍ଷାରଜାନ ଦ୍ରାବକ ଏବଂ ଅମ୍ଳଜାନ ସମେତ ଅନ୍ୟ ଗ୍ୟାସଗୁଡ଼ିକ ଦ୍ରବ ଅଟନ୍ତି ।

  • ନିର୍ଦ୍ଦିଷ୍ଟ ପରିମାଣର ଦ୍ରବଣରେ ଦ୍ରବର ପରିମାଣ କମ୍ ଥିଲେ ତାହାକୁ ଲଘୁ ଦ୍ରବଣ ଏବଂ ଅଧିକ ଥିଲେ ସାନ୍ଦ୍ର ଦ୍ରବଣ କୁହାଯାଏ ।

  • ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେଉଁ ଦ୍ରବଣରେ ଆହୁରି ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରେ, ତାହାକୁ ଅସଂତୃପ୍ତ ଦ୍ରବଣ କୁହାଯାଏ ।

  • ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେଉଁ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରେ ନାହିଁ, ତାହାକୁ ସଂତୃପ୍ତ ଦ୍ରବଣ କୁହାଯାଏ ।

  • ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ନିର୍ଦ୍ଦିଷ୍ଟ ପରିମାଣର ଦ୍ରାବକରେ ଦ୍ରବୀଭୂତ ହୋଇପାରୁଥିବା ଦ୍ରବର ସର୍ବାଧିକ ପରିମାଣକୁ ତାହାର ଦ୍ରବଣୀୟତା କୁହାଯାଏ ।

  • ତାପମାତ୍ରା ବୃଦ୍ଧି ପାଇଲେ ତରଳ ପଦାର୍ଥରେ କଠିନ ଦ୍ରବର ଦ୍ରବଣୀୟତା ବୃଦ୍ଧି ପାଏ, କିନ୍ତୁ ଗ୍ୟାସର ଦ୍ରବଣୀୟତା ହ୍ରାସ ପାଏ ।

  • କୌଣସି ବସ୍ତୁରେ ଥିବା ପଦାର୍ଥର ପରିମାଣକୁ ବସ୍ତୁତ୍ୱ କୁହାଯାଏ ଏବଂ ଏହାକୁ ଓଜନ ନିକିତି ସାହାଯ୍ୟରେ ମାପ କରାଯାଏ ।

  • କୌଣସି ବସ୍ତୁ ଅଧିକାର କରୁଥିବା ସ୍ଥାନର ପରିମାଣକୁ ତାର ଆୟତନ କୁହାଯାଏ ଏବଂ ତରଳର ଆୟତନ ମାପକ ସିଲିଣ୍ଡର ଦ୍ୱାରା ମପାଯାଏ ।

  • ବସ୍ତୁର ପ୍ରତି ଏକକ ଆୟତନରେ ଥିବା ବସ୍ତୁତ୍ୱକୁ ସାନ୍ଦ୍ରତା କୁହାଯାଏ ଏବଂ ଏହାର ସୂତ୍ର ହେଉଛି ସାନ୍ଦ୍ରତା = ବସ୍ତୁତ୍ୱ / ଆୟତନ ।

  • ସାନ୍ଦ୍ରତାର ଆନ୍ତର୍ଜାତିକ ଏକକ ବା ଏସ୍.ଆଇ ଏକକ ହେଉଛି କିଲୋଗ୍ରାମ ପ୍ରତି ଘନ ମିଟର ।

  • ଜଳ ତୁଳନାରେ କମ୍ ସାନ୍ଦ୍ରତା ଥିବା ବସ୍ତୁ ଜଳରେ ଭାସେ ଏବଂ ଅଧିକ ସାନ୍ଦ୍ରତା ଥିବା ବସ୍ତୁ ଜଳରେ ବୁଡ଼ିଯାଏ ।

  • ସାଧାରଣତଃ ତାପମାତ୍ରା ବୃଦ୍ଧି ପାଇଲେ ବସ୍ତୁର ଆୟତନ ବୃଦ୍ଧି ପାଏ ଏବଂ ଏହାର ସାନ୍ଦ୍ରତା ହ୍ରାସ ପାଏ ।

  • ୪°C ତାପମାତ୍ରାରେ ଜଳର ସାନ୍ଦ୍ରତା ସର୍ବାଧିକ ଥାଏ ଏବଂ ବରଫ ଜଳଠାରୁ ହାଲୁକା ହୋଇଥିବାରୁ ଜଳ ଉପରେ ଭାସେ ।